ଅଚିହ୍ନା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ହତ୍ୟା

Advertisment
ଅଚିହ୍ନା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ହତ୍ୟା

ବାଣପୁର: ଅଳିଆ ଆବର୍ଜନାରେ ପଡ଼ିରହିଛି ଅଚିହ୍ନା ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ। ମୃତଦେହ ବେକକୁ ଝୁଣି ଖାଇଗଲେ କୁକୁର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଣପୁର ତହସିଲ ରୋଡ ସାଇଟ ବାର ନିକଟରେ।
ପାରିପାର୍ଶ୍ଵିକ ଅବସ୍ଥାରୁ ଜଣାଯାଏ ଜଣେ ଅଚିହ୍ନା ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ ଏଠାରେ ଫିଙ୍ଗାଯାଇଛି। ଅଳିଆ ଆବର୍ଜନାରେ ପଡ଼ିଥିବା ମହିଳାଙ୍କର କିପରି ମୃତ୍ୟୁ ହେଲା, ତାହା ଜଣା ନଥିବା ବେଳେ ଉକ୍ତ ମହିଳାଙ୍କ ମୃତଦେହର ବେକରୁ ଖଣ୍ଡଖଣ୍ଡ ମାଂସ କୁକୁରମାନେ ଝୁଣି ଖାଇଥିବା ଆଲୋଚନା ହେଉଛି। ତେବେ ଉକ୍ତ ମହିଳାଙ୍କୁ ହତ୍ୟା କରାଯାଉଥିବାର ଯାହା ସନ୍ଦେହ ଉପୁଜିଥିଲା, ତାହା ସତ୍ୟରେ ପରିଣତ ହୋଇଛି। ଅଭିଯୁକ୍ତ ମୁହଁ ଘୋଡ଼େଇ ହୋଇ ଏକ ଖଣ୍ଡାରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ହତ୍ୟା କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।  ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe