ନାବାଳକର ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର, ତଦନ୍ତ ଦାବିରେ ରାସ୍ତାରୋକ, ପୁଲିସ୍‌ ଗାଡ଼ି ଭଙ୍ଗାରୁଜା

ନାବାଳକର ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର, ତଦନ୍ତ ଦାବିରେ ରାସ୍ତାରୋକ, ପୁଲିସ୍‌ ଗାଡ଼ି ଭଙ୍ଗାରୁଜା

ଖୋର୍ଧା : ଖୋର୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଗ୍ରାମରେ ଗୁରୁବାର ରାତିରେ ସାରଙ୍ଗଧର ସାହୁଙ୍କ ସାନପୁଅ ଶରତ କୁମାର ସାହୁ(୧୭)ଙ୍କର ମୃତଦେହକୁ  ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାପା ସାରଙ୍ଗଧର ଅଭିଯୋଗ କରିଛନ୍ତି। ସାଇଣ୍ଟିଫିକ ଟିମ୍‌ ଦ୍ଵାରା ଘଟଣାର ତଦନ୍ତ କରିବା ଦାବିରେ ଗ୍ରାମବାସୀ ଟାୟାର ଜାଳି ପରିଛଳ-ଡାଳତୋଳା ରାସ୍ତାକୁ ଅବରୋଧ କରି ରଖିଛନ୍ତି। ବେଗୁନିଆ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ସମେତ ପୁଲିସ୍‌ ଗାଡ଼ିକୁ ମଧ୍ୟ ଅଟକ ରଖିଛନ୍ତି। ଏପରିକି ପୁଲିସ ଜିପ୍‌କୁ ମଧ୍ୟ ଭଙ୍ଗାରୁଜା କରିବା ସହ ପୁଲିସକୁ ମାଧ୍ୟ ମାରଧର କରିଥିବା ଅଭିଯୋଗ ହୋଇଛି। ଖୋର୍ଧା ଏସ୍‌ଡିିପିଓ ଯୁଗଳ କିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ, ସାରଙ୍ଗଧର ସାହୁଙ୍କ  ପରିବାର ଭୁବନେଶ୍ୱରରେ ରହନ୍ତି। ତେବେ ଯୁକ୍ତ ୨ରେ ପଢୁଥିବା ତାଙ୍କର ସାନପୁଅ ଶରତ  ଗଣେଶ ପୂଜା ପାଇଁ ଗତ ୧୨ ତାରିଖରେ ନିଜ ଗାଁ ପରିଛଳକୁ ଆସିଥିଲା। ମାତ୍ର ଗୁରୁବାର ରାତି ୧୧ ଟାରେ ଶରତଙ୍କ ମୃତଦେହ ତାଙ୍କ ଘରର ଶେଣିରୁ  ଗାମୁଛାରେ ଝୁଲୁଥିବା ସମ୍ପର୍କୀୟମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ଶରତଙ୍କୁ ହତ୍ୟା କରାଯାଇ ମୃତ ଶରୀରକୁ ଝୁଲାଇ ଦିଆଯାଇଥିବା ସମ୍ପର୍କୀୟମାନେ ସନ୍ଦେହ କରିଛନ୍ତି। ସାରଙ୍ଗଧରଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe