ଜାଗର ରାତିରେ ଅଘଟଣ: କୂଅରେ ପଡ଼ି ଚାଲିଗଲା ପୁଅର ଜୀବନ

Advertisment
ଜାଗର ରାତିରେ ଅଘଟଣ: କୂଅରେ ପଡ଼ି ଚାଲିଗଲା ପୁଅର ଜୀବନ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା  ଅନ୍ତର୍ଗତ ରମାବିଲିର ଇଷ୍ଟଦେବ ବାବା ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠକୁ ପରିବାର ସହ ଜାଗର  ଜାଳିବାକୁ ଯାଇଥିବା  ସମୟରେ  ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଅସାବଧାନତାବଶତଃ  ଚାଷ  ଉଦ୍ଦେଶ୍ୟରେ ଜମିରେ  ଖୋଳା ଯାଇଥିବା  କୂଅରେ ପଡ଼ି  ଜଣେ  ନାବାଳକର  ମୃତ୍ୟୁ ହୋଇଛି।

ମୃତ ନାବାଳକ ହେଲେ ଜଙ୍କିଆ ଗ୍ରାମର ହିମାଂଶୁ ବିଶ୍ଵକର୍ମା  ଓରଫ   ହାପି (୮ )।  ପୁତ୍ରକୁ ନ ପାଇ ବହୁ  ଖୋଜା ଖୋଜି  ପରେ  କୂଅରେ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହାପରେ ତାକୁ  ନେଇ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ  ଚିକିତ୍ସା ନିମିତ୍ତ ପହଞ୍ଚି ଥିଲେ। ହେଲେ ଡାକ୍ତର ତାକୁ ମୃତ  ଘୋଷଣା କରିଥିଲେ। ଖବର  ପାଇ ଜଙ୍କିଆ ପୁଲିସ ପହଞ୍ଚି ଏନେଇ ଏକ ଅପମୃତ୍ୟୁ  ମାମଲା  ରୁଜୁ କରି  ଶବ  ବ୍ୟବଚ୍ଛେଦ  ନିମନ୍ତେ ପଠାଇଥିବା  ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe