ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ବାକି ଟଙ୍କା ମାଗିବାରୁ ଦୁର୍ବୃତ୍ତମାନେ ତେଜରାତି ଦୋକାନ ଜାଳିଦେଇଥିବାର ଖବର ମିଳିଛି। ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ଅନୁସାରେ, ମଧୁପୁର ଗାଁର ବୃନ୍ଦାବନ ସାହୁଙ୍କ ଦୋକାନରୁ ତାଙ୍କ ଗାଁର ଜଣେ ଲୋକ ବାକି ନେଇଥିଲା। ବାକି ଟଙ୍କା ମାଗିବାରୁ ସେହି ଲୋକ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି ପୋଡ଼ି ପାଉଁଶ ହୋଇଯାଇଛି। ଚନ୍ଦକା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe