ନିରାକାରପୁର: ଆଜି ଭୋରୁ ପୁଣି ହାତୀ ଆକ୍ରମଣ ଜଣେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖୋର୍ଦ୍ଧା ରେଞ୍ଜ ଅଧୀନସ୍ଥ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୫୦)ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦେବରାଜ ବଡ଼ିଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିବା ବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅଦ୍ୟାବଧି ବନକର୍ମଚାରୀମାନଙ୍କ ଦେଖା ମିଳିନଥିବାରୁ ଗ୍ରାମରେ ଉତ୍ତେଜନା ଲାଗିରହିଛି।
ଦାଣ୍ଡ ଦୁଆରକୁ ଆସିବା ବେଳେ ହାତୀ ସମ୍ମୁଖରେ ପଡ଼ିଗଲେ ବୟସ୍କ, ଚାଲିଗଲା ଜୀବନ
Advertisment
Follow Us