ଖୋର୍ଦ୍ଧା: ନିରାକାରପୁରରେ ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ

Advertisment
ବଲାଙ୍ଗୀର: ପ୍ରେମିକାର ବଡ଼ ଭାଇକୁ ଆକ୍ରମଣ, ହସ୍‌ପିଟାଲରେ ମୃତ୍ୟୁ

Hindustan Times

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରରେ ମଙ୍ଗଳବାର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ହେଲେ ଅଭିମନ୍ୟୁ ପ୍ରଧାନ (୫୦)। ମିଳିଥିବା ସୂଚନା ଅନୁସାରେ ଅଭିମନ୍ୟୁ ନିରାକାରପୁରରେ ଆଜି ପୂର୍ବାହ୍ଣ ପାଖାପାଖି ୧୧ଟା ହେବ ଅନ୍ୟ ଶ୍ରମିକଙ୍କ ସହିତ ଟ୍ରାକ୍ଟରରେ ବାଲି ଲେଡିଂ କରୁଥିଲେ। ବାଲି ଲୋଡିଂ ହେବା ପରେ ତାହା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବାର ଥିଲା। ମୁଣ୍ଡ ବୁଲାଇବାରୁ ଅଭିମୁନ୍ୟ ଏକ ଚାନ୍ଦିନୀ ଉପରେ ବସିପଡ଼ିଥିଲେ। ଏହି ସମୟରେ ତାଙ୍କର ମୁଣ୍ଡ ବୁଲାଇଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ।

ଅଭିମନ୍ୟୁଙ୍କୁ ନିରାକାରପୁରସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅଭିମନ୍ୟୁ ଜିଲ୍ଲା ହସ୍ପିଟାଲରେ ପହଂଚିବା ବେଳକୁ ଜୀବନ ହାରି ସାରିଥିଲେ ବୋଲି ମେଡିକାଲ ଡାକ୍ତର କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଭିମନ୍ୟୁଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିଲେ ମଧ୍ୟ ସୂର୍ଯ୍ୟର ପ୍ରକୋପ କମି ନାହିଁ। ଓଡ଼ିଶାକୁ ମୌସୁମୀ ବାୟୁ ପହଂଚିବା ବିଳମ୍ବ ହେବାକୁ ଥିବା ବେଳେ ଆଜି ରାଜ୍ୟସାରା ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ସକାଳ ୮ଟା ପରେ ଅପରାହ୍ଣ ୪ଟା ଯାଏଁ ପ୍ରବଳ ଖରା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe