ଖୋର୍ଦ୍ଧା: ବରୁଣେଇ ରାସ୍ତାରେ ଗୁଳିକାଣ୍ଡ, ଜଣେ ଯୁବକ ଆହତ

Advertisment
ଖୋର୍ଦ୍ଧା: ବରୁଣେଇ ରାସ୍ତାରେ ଗୁଳିକାଣ୍ଡ, ଜଣେ ଯୁବକ ଆହତ

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ବରୁଣେଇ ରାସ୍ତାରେ ବୁଧବାର ସଂଘଟିତ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୁହୁଡି ଫାଣ୍ଡି ଅଞ୍ଚଳର ଆଦିତ୍ୟ ଦାସ ବାଇକରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଅତି ନିକଟରୁ ଗୁଳି କରି ଫେରାର ହୋଇ ଯାଇଥିଲେ। ଗୁଳିକାଣ୍ଡ ପରେ ଆଦିତ୍ୟ ତଳେ ପଡ଼ି ଯାଇଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା ଯୁବକମାନେ ପୁଲିସକୁ ସୂଚନା ଦେଇଥିଲେ। ଆହତ ଆଦିତ୍ୟଙ୍କୁ ପରିବାରର ସଦସ୍ୟଙ୍କ ଦ୍ୱାରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାତୀୟ ରାଜପଥର ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାର କାରଣ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ଏକ ବାଇକ ଉଦ୍ଧାର ହୋଇଥିବା ବେଳେ ଆଦିତ୍ୟଙ୍କ ଦେହରେ ୪ ରାଉଣ୍ଡ ଗୁଳି ବାଜିଥିବା ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe