ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା ପରେ ପୁଲିସର ଚଢ଼ଉ: ଜଣେ ବାଣ କାରିଗର ଗିରଫ

Advertisment
ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା ପରେ ପୁଲିସର ଚଢ଼ଉ: ଜଣେ ବାଣ କାରିଗର ଗିରଫ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ୫ଜଣଙ୍କ ମୃତ୍ୟୁ ଓ ୨ ଗୁରୁତ‌ର ହେବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହାପରେ ପୁଲିସର ନିଦ ଭାଙ୍ଗିଛି। ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

ସୂଚନା ଅନୁସାରେ, ନିରାକାରପୁର ଥାନା ପୁଲିସ ୩ଟି ଜାଗାରେ ଚଢ଼ଉ କରୁଛି। ଗତକାଲି ବିଳମ୍ବିତ ରାତିରେ ନିରାକାରପୁର ଡିଆ ପଞ୍ଚାୟତ ଭୋଇ ସାହିରୁ ଜଣେ ବାଣ କାରିଗରକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ବ୍ୟକ୍ତି ହେଲେ ଅଜିତ ମହାନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ ହୋଇଛି।
ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣରେ ମୃତକମା‌ନେ ହେଲେ, ଟାଙ୍ଗୀ ଥାନା ଭୂଷଣ୍ଡପୁରର ନିରଞ୍ଜନ ବେହେରା, ବ୍ରଜ ବେହେରା, ନିରାକାରପୁର ଥାନା ଅଧୀନସ୍ଥ ପାଣ୍ଡବ ପାଟଣାର ସହଦେବ ବେହେରା ଏବଂ କଣାସ ଥାନା ଅଧୀନସ୍ଥ ବାଦୁରାବରର ବୃନ୍ଦାବନ ସାହୁ, ଦୋଳଗୋବିନ୍ଦ ବେହେରା। ଦୋଳଗୋବିନ୍ଦଙ୍କର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧୀଭୂତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ମହେଶ୍ବର ବେହେରା ଓ ସୁଦର୍ଶନ ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe