ସଡ଼କ ଦୁର୍ଘଟଣାରେ ନିରାକାରପୁରର ରାଜସ୍ବ ନିରୀକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ନିରାକାରପୁରର ରାଜସ୍ବ ନିରୀକ୍ଷକଙ୍କ ମୃତ୍ୟୁ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ରାଜସ୍ବ ନିରୀକ୍ଷକ (ଆରଆଇ) ପ୍ରଶାନ୍ତ କୁମାର ଷଡ଼ଙ୍ଗୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବଡ଼ପୋଖରିଆ ନିଟକରେ ଟ୍ରକ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧାରେ ଚାଲିଥିବା ନିର୍ବାଚନ ପ୍ରଶିକ୍ଷଣ କାମ ଶେଷ କରି ରାତି ପାଖାପାଖି ୧୦ଟାରେ ବାଇକରେ ନାଚୁଣୀରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବଡ଼ପୋଖରିଆ ନିକଟରେ ତାଙ୍କ ବାଇକକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯିବ। ନିକଟରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଅତିରିକ୍ତ ତହସିଲଦାର ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ନାଚୁଣୀ ଅଞ୍ଚଳରେ ଜଣେ ଭଲ ମଞ୍ଚ ଅଭିନେତା ସହ ନାଟ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ପ୍ରଶାନ୍ତ କୁମାର ଷଡଙ୍ଗୀ ବେଶ୍ ପରିଚିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe