ଶ୍ରୀଅନନ୍ତେଶ୍ୱରଦେବଙ୍କ ପୀଠରେ ରୁଦ୍ର ମହାଯଜ୍ଞ

Advertisment
ଶ୍ରୀଅନନ୍ତେଶ୍ୱରଦେବଙ୍କ ପୀଠରେ ରୁଦ୍ର ମହାଯଜ୍ଞ

ନିରାକାରପୁର: ସ୍ଥାନୀୟ ବଘେଇପୁଟଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱରଦେବଙ୍କ ପୀଠରେ ଆରମ୍ଭ ହୋଇଛି ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ। ଏହି ଯଜ୍ଞ ଚାରିଦିନ ବ୍ୟାପୀ ଚାଲୁ ରହିବ। ଏହି ଅବସରରେ ନିକଟସ୍ଥ ମଲାଗୁଣି ନଦୀରୁ ଏକ ବିରାଟ ପଟୁଆରରେ ୧୬ ନମ୍ବର ଜାତୀୟ ରାଜପଥଦେଇ ଗ୍ରାମର ମହିଳା /ପୁରୁଷ ବ୍ରତଧାରୀମାନେ ଜଳଯାତ୍ରା କରି ଯଜ୍ଞମଣ୍ଡପରେ ପହଞ୍ଚିଥିଲେ। ବାଦ୍ୟନୃତ୍ୟ ସାଙ୍ଗକୁ, ହରିବୋଲ, ହୁଳହୁଳି ଶବ୍ଦରେ ରାସ୍ତାଟି ପୁରା କମ୍ପିଉଠିଥିଲା। ପରେ ସର୍ବଦେବାଦେବୀ ଆବାହନ, ଅଗ୍ନିସ୍ଥାପନା, ସୂର୍ଯ୍ୟପୂଜା, ଧେନୁପୂଜା ଆଦିକାର୍ଯ୍ୟ ରୀତିନୀତି ଅନୁସାରେ ଆରମ୍ଭ ହୋଇଥିଲା।

ଶିବପଞ୍ଚାକ୍ଷରୀ ଓ ବିଶ୍ଵଶାନ୍ତି ଅବସରରେ ଆହୂତ ଯୋଗୁଁ ଯଜ୍ଞପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆସନ୍ତା ୨୬ ତାରିଖରେ ଏହାର ପୂର୍ଣ୍ଣାହୁତି ଦିବସ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଶୈବଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତ ମଙ୍ଗରାଜ, ନାରାୟଣ ଶତପଥୀ, ରମେଶ ମଙ୍ଗରାଜ, ଶଙ୍କର ବେହେରା, ପ୍ରଦ୍ୟୁମ୍ନ ମାର୍ଥା, ଲିଙ୍ଗରାଜ ମାର୍ଥା, ରଙ୍କନାଥ ମଙ୍ଗରାଜ, ଗୋପୀନାଥ ବଳିୟାରସିଂହ ଓ ବିଜୟ କୁମାର ରାଉତରାୟ ପ୍ରମୁଖ ଯଜ୍ଞ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe