ବିଚିତ୍ରାନନ୍ଦ ଚମ୍ପତିରାୟଙ୍କ ସ୍ମୃତିରେ ଗଣଦୌଡ଼

Advertisment
ବିଚିତ୍ରାନନ୍ଦ ଚମ୍ପତିରାୟଙ୍କ ସ୍ମୃତିରେ ଗଣଦୌଡ଼

ନିରାକାରପୁର: କାଇପଦର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ବିଚିତ୍ରାନନ୍ଦ ଚମ୍ପତିରାୟଙ୍କ ଏକାଦଶାହରେ ଶିକ୍ଷାର ପ୍ରସାର ପାଇଁ ଶିକ୍ଷାଜ୍ୟୋତି ଗଣଦୌଡ଼, ଜାତୀୟ ସଂହତି ଶୋଭାଯାତ୍ରା, ବୃକ୍ଷରୋପଣ, ବୃକ୍ଷବଣ୍ଟନ, ଶ୍ରଦ୍ଧାଞ୍ଜଳି ସଭା ଆଦି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଖଣ୍ଡପଡ଼ା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରୋଜାଲିନ୍ ପାଟଶାଣୀ, ପ୍ରମୋଦ ଦାସ, ଖୋର୍ଦ୍ଧା ବ୍ଲକ୍‌ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସମାଜସେବୀ ସଞ୍ଜୟ ପଟ୍ଟନାୟକ, କଂଗ୍ରେସ ନେତା ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ଭୀମସେନ ପ୍ରଧାନ, ଶରତ ଚନ୍ଦ୍ର ମିଶ୍ର, ଆମ ଓଡ଼ିଶା ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ପଦ୍ମଚରଣ ରାୟ, ଅଶୋକ ରାୟସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସ୍ବର୍ଗତ ଚମ୍ପତିରାୟଙ୍କର ଜୀବନର ବିଭିନ୍ନ ଦିଗ ତଥା ନିଜ ଗ୍ରାମ କାଇପଦର ଓ ଖୋର୍ଦ୍ଧା ଅଞ୍ଚଳ ପ୍ରତି ତାଙ୍କର ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଏକ ସ୍ମରଣିକା ‘ଶିକ୍ଷାର ପ୍ରଦୀପ’କୁ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ବାଇଁ ଉନ୍ମୋଚନ କରିଥିଲେ। ପକ୍ଷୀଘର ପତ୍ରିକାର ସମ୍ପାଦକ ବନୋଜ ତ୍ରିପାଠୀ ଏହାର ସଂପାଦନା କରିଛନ୍ତି। ପୂର୍ବରୁ ସ୍ବର୍ଗତ ଚମ୍ପତିରାୟଙ୍କ ମଝିଆଁ ଜ୍ବାଇଁ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ସର୍ବଧର୍ମ ସମନ୍ବୟ ପୀଠ ବୋଖାରିବାବାଙ୍କ ଦରଘାଠାରୁ ଜାତୀୟ ସଂହତି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍ବର୍ଗତ ଚମ୍ପତିରାୟଙ୍କ ୩ ପୁଅ ଶୁଭ୍ରାଂଶୁ ଚମ୍ପତିରାୟ, ସୁଧାଂଶୁ ଚମ୍ପତିରାୟ ଓ ହିଂମାଶୁ ଚମ୍ପତିରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe