କରୋନା ଆତଙ୍କ : ଖୋର୍ଦ୍ଧା ଜିଲ୍ଲାର ୧୭ଟି ସେବାଶ୍ରମ ସ୍କୁଲରେ ଥିବା ପ୍ରାୟ ୩ ହଜାର ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ଚିନ୍ତା

‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

zeenews.india.com

ଖୋର୍ଦ୍ଧା : ଜିଲ୍ଲାର ୧୭ଟି ସେବାଶ୍ରମ ସ୍କୁଲରେ ଥିବା ପ୍ରାୟ ୩ହଜାର ଛାତ୍ରଛାତ୍ରୀ ଏବେ କରୋନାକୁ ନେଇ ଭୟଭୀତ। ଅନେକ ଆଶ୍ରମ ସ୍କୁଲରେ ଆବଶ୍ୟକରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନାନୁସାରେ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧୀନରେ ଭୁବନେଶ୍ବରରେ ୭ଟି ଆଶ୍ରମ ସ୍କୁଲ୍‌ ରହିଥିବା ବେଳେ ବାଣପୁରରେ ୪ଟି, ବୋଲଗଡ଼ରେ ଗୋଟିଏ ଓ ଖୋର୍ଦ୍ଧାରେ ୩ଟି ଆଶ୍ରମ ସ୍କୁଲ୍‌ ଓ ସେବାଶ୍ରମ ସ୍କୁଲ୍‌ ୨ଟି ଏଭଳି ମୋଟ ୧୭ଟି ସ୍କୁଲ୍‌ ରହିଛି। ଏହି ସ୍କୁଲରେ ଛାତ୍ରଛାତ୍ରୀ ହଷ୍ଟେଲ୍‌ରେ ରହି ଶିକ୍ଷାଗ୍ରହଣ କରିଥା’ନ୍ତି। କରୋନା ସଂକ୍ରମଣ ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ କରିଥିବା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍କୁଲକୁ ନଯିବାକୁ ବାରଣ କରିଥିବା ବେଳେ ଆଶ୍ରମ ସ୍କୁଲଗୁଡ଼ିକରେ ପୂର୍ବ ଭଳି କାର୍ଯ୍ୟକ୍ରମ ଜାରି ରହିଛି। ଏପରିକି ସଂକ୍ରମଣ ଭୟରେ ଖୋର୍ଦ୍ଧାରେ ଥିବା ଗୋଟିଏ ଆଶ୍ରମ ସ୍କୁଲ୍‌କୁ ଶିକ୍ଷକ ଗତ ଦୁଇ ଦିନ ଧରି ଯାଇନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ କେତେକ ଆଶ୍ରମ ସ୍କୁଲ୍‌ରେ ନିର୍ଦ୍ଧାରିତ ୫୦ଜଣଙ୍କ ଠାରୁ ଅଧିକ ଛାତ୍ର ରହିଥିବା ବେଳେ ବର୍ତ୍ତମାନ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ପଦକ୍ଷେପ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲକୁ ଶିକ୍ଷକଶିକ୍ଷୟିତ୍ରୀଙ୍କ ନଯିବା ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ଆସିନଥିବା କହି ଏଡ଼ାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe