ମୁଁ ବିଜେପିର ଜଗୁଆଳ: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ

Advertisment
ଖୋର୍ଦ୍ଧା ଇତିହାସରେ ବିଜେପିର ପ୍ରଥମ ବିଜୟ; ହାରିଲେ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ବର: ପ୍ରଶାନ୍ତ ଜଗଦେବ ବିଧାୟକ ନୁହେଁ, ସେ ବିଜେପିର ଜଗୁଆଳ। ଆଜି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ପୂର୍ବରୁ ଏଭଳି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି, ଆଜି ବିଜେପିର ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଦୀପାବଳି। ଓଡ଼ିଶାର ପ୍ରତି ଘରେ ବିଜେପିର ପତାକା ଲଗାଇବାକୁ ଦଳ କର୍ମୀମାନଙ୍କୁ କହିଛି। ମୁଁ ବାସ୍ନା ବାରିବା ପରେ ଜାଣିଥିଲି ଯେ ଏଥର ଓଡ଼ିଶାରେ ବିଜେପି ସରକାର। ବିଜେପିର ସମସ୍ତ ମୋର୍ଚ୍ଚା ଓ ଆମର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ସ୍ବୟଂସେବକମାନେ ବି  ଖୁସି ଅଛନ୍ତି।

ସେ ମନ୍ତ୍ରୀ ପଦ ପାଇଁ ଆଶାୟୀ କି ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି, ମନ୍ତ୍ରୀ ହେଲେ କାମର ସୀମା ରହିବ। ମୁଁ ଭାରତୀୟ ଜନତା ପାର୍ଟିର ସୈନିକ। ମୁଁ ବିଜେପିର ଜଗୁଆଳ ହୋଇ କାମ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe