ମଧୁସୂଦନ ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ମଧୁସୂଦନ ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମଧୁସୂଦନ ଛାତ୍ରାବାସରୁ ସହିଦନଗର ଥାନା ପୁଲିସ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ତାଙ୍କ ନାଁ ଦିବସ ବେହେରା(୨୩)। ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳ। ଉତ୍କଳ ବିଶ୍ବବିଦ୍ୟାଳୟ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଥିଲେ ଦିବସ। ସେ ମଧୁସୂଦନ ଛାତ୍ରାବାସର ରୁମ୍ ନଂ-୧୨୫ରେ ରହୁଥିଲେ। ବୁଧବାର ଅପରାହ୍‌ଣ ୪ଟାରେ ତାଙ୍କର ଜଣେ ବାନ୍ଧବୀ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ। ଏ ନେଇ ବାନ୍ଧବୀ ଜଣଙ୍କ ପାଖ ରୁମ୍‌ର ଜଣେ ଛାତ୍ରଙ୍କୁ ଫୋନ୍‌କରି କହିଥିଲେ। ସେ ରୁମ୍‌ ନିକଟରେ ପହଞ୍ଚି ଦିବସଙ୍କୁ ଡାକିଥିଲେ। ହେଲେ ସେ ଜବାବ ଦେଇ ନଥିଲେ। ସନ୍ଦେହ ହେବାରୁ ସାଙ୍ଗମାନେ କବାଟ ଭାଙ୍ଗି ଦେବାରୁ ଦିବସ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ତାଙ୍କୁ କିଏ ଫୋନ୍‌ କରିଥିଲେ? ଯୁବତୀଙ୍କ କଲ୍‌ ପରେ କାହିଁକି ଏଭଳି ଘଟଣା ଘଟିଲା? ଆଦି ଦିଗ ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପ୍ରେମକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କଲ୍‌ ଯାଞ୍ଚ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe