ଅବସରପ୍ରାପ୍ତ ଓଏଏସଙ୍କ ଘରେ ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅବସରପ୍ରାପ୍ତ ଓଏଏସଙ୍କ ଘରେ ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ranjit96.blogspot.com

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ନବୀନ ବାଗ ଅଞ୍ଚଳରେ ଗତକାଲି ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ଜଣେ ଗ୍ରାମ୍ୟ ରୋଜଗାର ସେବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ନାଁ ସୌମ୍ୟରଞ୍ଜନ ମହାନା। ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରେ। ସେ ସ୍ଥାନୀୟ ଗଡ଼ବଡ଼କୁଟ ପଂଚାୟତରେ ଜିଆରଏସ ଭାବେ ଚାକିରି କରିଥିଲେ।
ସୂଚନା ମୁତାବକ, ଶ୍ରୀ ମହାନା ପୁରୀ ଜିଲ୍ଲାରେ ଚାକିରି କରୁଥିଲେ ହେଁ ଖୋର୍ଦ୍ଧାରେ ମଝିରେ ମଝିରେ ଆସି ସାଙ୍ଗମାନଙ୍କ ସହ ରହୁଥିଲେ। ନବୀନ ବାଗ ଅଞ୍ଚଳରେ ଘର କରିଥିବା ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଭଡା ଘରେ ସାଙ୍ଗମାନଙ୍କ ସହ ରହୁଥିଲେ।  ଅପରାହ୍ନରେ ଦେଖିଲା ବେଳକୁ ବେକରେ ଲୁଗା ଦେଇ ତାଙ୍କର ମୃତ ଶରୀର ଘରେ ପଡ଼ିଥିଲା। ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଛି। ଏହା ଆତ୍ମହତ୍ୟା ନୁହେଁ, ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe