The Weather Channel
ଭୁବନେଶ୍ବର: ଆଜି ବି ରାଜଧାନୀ ତତଲା ତାଉଆରେ ଆଉଟୁପାଉଟୁ ହେଉଛି | ପୂର୍ବାହ୍ନ ସାଢ଼େ ୧୧ ସୁଦ୍ଧା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରିରେ ପହଞ୍ଚିଥିବାବେଳେ ରାଜ୍ୟର ଅନ୍ୟସ୍ଥାନ ଅପେକ୍ଷା ଏହା ସର୍ବାଧିକ ବୋଲି ଜଣାପଡିଛି | ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ୩୯.୪ ଡିଗ୍ରି, ବାଲେଶ୍ୱରରେ ୩୭.୦ ଡିଗ୍ରି, ଝାରସୁଗୁଡାରେ ୩୮.୮ ଡିଗ୍ରି, ଗୋପାଳପୁରରେ ୩୦.୮ ଡିଗ୍ରି, ସମ୍ବଲପୁରରେ ୩୮.୮ ଡିଗ୍ରି, ପାରାଦ୍ୱୀପରେ ୩୨.୨ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି, ଚାନ୍ଦବାଲିରେ ୩୭.୨ ଡିଗ୍ରି, କେନ୍ଦୁଝରରେ ୩୮.୦ ଡିଗ୍ରି, ହୀରାକୁଦରେ ୩୯.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି | ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜଧାନୀରେ ଏଭଳି ତାତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଏହି ସମୟରେ ପାଗରେ କୌଣସି ବି ପରିବର୍ତନ ହେବନି। କାଳବୈଶାଖୀର ବି ସମ୍ଭାବନା ନାହିଁ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବରିଷ୍ଠ ନାଗରିକ, ପିଲା ଓ ଗର୍ଭବତୀ ମହିଳାମାନେ ଯଥାସମ୍ଭବ ଘରୁ ପଦାକୁ ନ ବାହାରିବାକୁ କୁହାଯାଇଛି। ଯେଉଁମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତି ଜରୁରୀ କାର୍ଯ୍ୟରେ ଘରକୁ ବାହାରୁଛନ୍ତି ସେମାନେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Follow Us