ଦୁଇ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସତ୍ତ୍ବେ ଉଗ୍ରତାରା ମନ୍ଦିରରୁ ଚୋରି

ଦୁଇ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସତ୍ତ୍ବେ ଉଗ୍ରତାରା ମନ୍ଦିରରୁ ଚୋରି

indiatour360.com

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପୂଜକ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା କୁହାଯାଉଛି। ଏନେଇ ପୁଲିସର ତଦନ୍ତ ଜାରି ରହିଛି।

ମନ୍ଦିରର ପୂଜକଙ୍କ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରୋଷ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି। ମନ୍ଦିରରେ ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ହେଲେ ସେଦୁହେଁ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe