୩ ଗରୁଡ଼ ପକ୍ଷୀଙ୍କୁ ଉଦ୍ଧାର କଲା ବନବିଭାଗ

Advertisment
୩ ଗରୁଡ଼ ପକ୍ଷୀଙ୍କୁ ଉଦ୍ଧାର କଲା ବନବିଭାଗ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଦେଉଳିଧର ପଞ୍ଚାୟତ ଅଭୟମୁଖି ନିକଟ କୁଶଭଦ୍ରା ନଦୀ ବ୍ରିଜ ତଳୁ ଆଜି ୩ଟି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି । ସ୍ଥାନୀୟ ଗ୍ରାମର ବିଶ୍ୱଜିତ ମହାପାତ୍ର, ବୈଷ୍ଣବ ଚରଣ ମହାପାତ୍ର ଏବଂ ୩ ଜଣ ସାଙ୍ଗ ନଦୀ ପଠାରେ ବୁଲୁଥିଲେ। ପକ୍ଷୀ ଛୁଆଙ୍କ ଶବ୍ଦ ଶୁଣି ପାଖକୁ ଯାଇ ଉଦ୍ଧାର କରିଥିଲେ। ଗାଁକୁ ନେବା ପରେ ବୟସ୍କ ବ୍ୟକ୍ତିମାନେ ଏହା ଗରୁଡ଼ ପକ୍ଷୀ ବୋଲି ଜାଣିବାକୁ ପାଇଥିଲେ। ସନ୍ଧ୍ୟାରେ ବାଲିପାଟଣା ବନବିଭାଗ ସୂଚନା ପାଇ ପକ୍ଷୀ ୩ଟି ଉଦ୍ଧାର କରିଛି। ବିଭାଗ ଅଧୀନକୁ ଅଣାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe