ଧାରଣାରୁ ଖସିଲା ଟ୍ରେନ ଇଞ୍ଜିନ୍‌

Advertisment
ଧାରଣାରୁ ଖସିଲା ଟ୍ରେନ ଇଞ୍ଜିନ୍‌

ଜଟଣୀ : ଖୋର୍ଧା ରୋଡ୍‌ ଷ୍ଟେସନ୍‌ ମାଛ ପରିବା ବଜାର ନିକଟରେ ଆଜି ରାତିି ପ୍ରାୟ ସାଢ଼େ ୮ଟାରେ ଏକ ରେଳ ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଲାଇନଚ୍ୟୁତ ସ୍ଥଳୀଟି ୪୫୪/୪୧ କିଲୋମିଟର ବୋଲି ଜଣାପଡ଼ିଛି। ଏଥିଯୋଗୁଁ ଭୁବନେଶ୍ୱରରୁ ଖୋର୍ଧାରୋଡ୍‌ ଷ୍ଟେସନ୍‌ ଭିତରକୁ ୪ନମ୍ବର ଓ ୫ନମ୍ବର ଫାଟଫର୍ମକୁ ଟ୍ରେନ ପ୍ରବେଶ କରିବାରେ ବାଧା ସୃଷ୍ଟି ହୋଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ଏଡିଆରଏମ୍‌ ଏସପି ଦ୍ଵିବେଦୀ, ସିନିୟର ଇଂଜିନିୟର ଇ. ସାନ୍ତାରାମ, ଏସିପି ବରୁଣ କୁମାର ପ୍ରମୁଖ ପହଞ୍ଚି ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe