ଖୋର୍ଦ୍ଧା: ଆଜି ସକାଳ ପ୍ରାୟ ୬ଟା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ନେବା ଲାଗି ପୁରୀକୁ ୪୨ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଆସୁଥିଲା। ଗଡ଼ଖୋର୍ଦ୍ଧା ଛକରେ ଉକ୍ତ ବସକୁ ଏକ ହାଇଓ୍ୱା ପିଟିଥିଲା।
ଏହି ଘଟଣାରେ ୧୮ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଯାତ୍ରୀମାନଙ୍କୁ ପୁରୀ ପଠାଇଦିଆଯାଇଥିବା ଜଣାଯାଇଛି।
Follow Us