ଖୋର୍ଦ୍ଧା : ସାମ୍ବାଦିକଙ୍କୁ ଆକ୍ରମଣ, ୨ ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଖୋର୍ଦ୍ଧା : ଓଡ଼ିଶା ୟୁନିଅନ ଅଫ୍ ୱାର୍କିଂ ଜର୍ନାଲିଷ୍ଟ (ଓୟୁଡବ୍ଲୁଜେ)ର ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ ହାତୀଙ୍କୁ ଦୁର୍ବୃର୍ତ୍ତ ଆକ୍ରମଣ କରିବା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ଆଜି ପ୍ରକାଶ ଓ ତାଙ୍କ ପତ୍ନୀ ସ୍କୁଟିରେ ସାମନ୍ତରାପୁର ଯିବା ସମୟରେ ସେହି ଗ୍ରାମର ୨-୩ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ପ୍ରକାଶ ଏହାର ପ୍ରତିବାଦ କରିବାକୁ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା। ପରେ ଏନେଇ ଶିଳ୍ପାଂଚଳ ଫାଣ୍ଡିରେ ପ୍ରକାଶଙ୍କ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଥିଲା। ପୁଲିସ୍ ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରିବା ସହ ଆକ୍ରମଣ କରିଥିବା ବାପା, ପୁଅ ଦୁଇଜଣଙ୍କୁ ଗିରଫ କରିଛି ବୋଲି ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ।

ବ୍ରାଉନ୍ ସୁଗାର କାରବାରକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଆକ୍ରମଣ କରିଥିବା ବ୍ୟକ୍ତି ପ୍ରକାଶଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe