ଜଂକିଆ: ଖୋର୍ଦ୍ଧାଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଅଧୀନ ଛଣଗିରି ରାଜସ୍ବ କାର୍ଯ୍ୟାଳୟ ଅନ୍ତର୍ଗତ ଓଳସିଂହ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ସେମାନଙ୍କ ନୟାକୋଟ ମୌଜାର ମୋଟ ୨୦୧ ଏକର ୬୯୫ ଡିସିମିଲି ଗୋଚର ଓ ପୁରାତନ ପତିତ ଜମିକୁ ଇଡକୋକୁ ହସ୍ତାନ୍ତର ନକରିବାକୁ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ କି ଗତ ତା ୦୪ ୧୦ ୨୦୨୫ ରିଖ ଏବଂ ତା ୧୦ ୧୦, ୨୦୨୫ ରିଖରେ ଟାଙ୍ଗୀ ତହସିଲଦାରଙ୍କ ତରଫରୁ ଚାରୋଟି ନୋଟିସ୍ ମାଧ୍ୟମରେ ଗୟାବନ୍ଧ ମୌଜାର ଖାତା ନଂ ୩୩୮ ର ପ୍ଲଟ ନଂ ୫୩୨, ୫୪୨, ୫୭୨,୫୭୪,୧୪୪,୫୦, ୬୮,୬୧,୧୭୬,୫୮୫,୫୮୩,୬୦୫ ଓ ଖାତା ନଂ ୩୪୦ ର ପ୍ଲଟ ନଂ ୫୮୧,୫୮୪,୫୯୩,୬୦୨,୫୯୮,୫୭୯ ସମୁଦାୟ ୧୩୦ ଏକରରୁ ଅଧିକ ଗୋଚର ଓ ପୁରାତନ ପତିତ ଜମି ରହିଅଛି।
ସେହିପରି ନୟାକୋଟ ମୌଜାରେ ଥିବା ୨୮୪, ୦୩, ୦୧,୭୯୨, ୫୮୭. ୯୧୩.୯୧୦, ୪୨୪,୪୪୦, ୪୩୫,ରେ ଥିବା ମୋଟ ଏରିଆ ୨୦୧ ଏକର ୬୯୫ ଡେସିମିଲରୁ ଉର୍ଦ୍ଧ୍ଵ ଜାଗାରେ ଥୁବା କିସମ ଗୋଚର ଓ ପୁରାତନ ପତିତ ପରିବର୍ତନ କରି ଇଡକୋକୁ ହସ୍ତାନ୍ତର କରିବାକୁ ଚାରି ଗୋଟି ନୋଟିସ୍ ମାଧ୍ୟମରେ ପଞ୍ଚାୟତକୁ ଜଣାଇ ଦିଆଯାଇଛି । ଏହାକୁ ନେଇ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏହି ଘଟଣାକୁ ବିରୋଧ କରିବା ସହିତ ଆଜି ଖୋର୍ଦ୍ଧା ଜିଲ୍ଲାର ଓଜସିଂହ ଗ୍ରାମର ବାସିନ୍ଦା ଟାଙ୍ଗି ତହସିଲଦାର ମହୋଦୟାଙ୍କ ଚିଠିର ଅଭିଯୋଗ ସ୍ବରୂପ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ନୟାକୋଟ ମୌଜା ଜମିକୁ ଇଡକୋକୁ ହସ୍ତାନ୍ତର ନକରିବାକୁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ-
ଏହି ଜାଗାରେ ଓଳସିଂହ ଗ୍ରାମର ଇଷ୍ଟଦେବୀ ମା ସିଦ୍ଧେଶ୍ଵରୀଙ୍କ ମନ୍ଦିର ଆଜକୁ ପ୍ରାୟ ୭୦୦ ବର୍ଷ ଧରି ବିରାଜମାନ ଅଛି, ଏହାର କିମ୍ବଦନ୍ତୀ ପୁରୀ ରାଜାଙ୍କ ପାଗଳ ହାତୀକୁ ମା କୋଇଲି ସୂତାରେ ବାନ୍ଧି ରଖିଥିଲେ ଏବଂ ଏହା ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇଅଛି । ଏହା ସହିତ ଏହି ଖାତାରେ ମା ଦୁଆରୀ ଠାକୁରାଣୀ ବିରାଜମାନ ଅଛନ୍ତି, ଏହି ଦୁଇ ଇଷ୍ଟଦେବୀଙ୍କ ପାଖକୁ ଗ୍ରାମ ସମେତ ଆଖପାଖ ଦଶଟି ଗ୍ରାମର ଲୋକେ ବିବାହ, ବ୍ରତ ଏବଂ ଅନ୍ୟାନ କାର୍ଯ୍ୟକ୍ରମରେ ସାମିଲ ହୋଇ ପୂଜାପାଠ କରନ୍ତି । ମା ସିଦ୍ଧେଶ୍ଵରୀଙ୍କ ପୀଠକୁ ଓଡିଶା ପର୍ଯ୍ୟଟନ। ସ୍ଥଳୀରେ ଅନ୍ତର୍ଭୁକ୍ତ କରିବା ପାଇଁ ୨୦୧୭ ମସିହାରେ ଟାଙ୍ଗି ପଞ୍ଚାୟତ ସମିତିରେ ଏକ ପ୍ରସ୍ତାବ ପାରିତ କରି ତତ୍କାଳୀନ ଓଡିଶା ସରକାରଙ୍କୁ ଜଣାଇ ଦିଆଯାଇଥିଲା ।
ଯଦି ସରକାର ଏହି ଜମିକୁ ଇ.ଡି.କୋକୁ ହସ୍ତାନ୍ତର କରନ୍ତି ତେବେ ଏହି ଖାତାରେ ଥିବା ସାଧାରଣ ଲୋକଙ୍କ ଚାଷଜମିକୁ ଯିବାପାଇଁ ରାସ୍ତା ସମ୍ପୂର୍ଣ ଭାବରେ ଅବରୋଧ ହୋଇଯିବ। ଏହି ଖାତାରେ ଗ୍ରାମର ପ୍ରାୟ ଦୁଇ ହାଜରରୁ ଅଧିକ ଗାଈ, ବଳଦ, ଛେଳି ଓ ମେଣ୍ଡା ଆଦି ଗୃହପାଳିତ ପଶୁ ପ୍ରତିଦିନ ଚରାବୁଲା କରନ୍ତି। ସେମାନଙ୍କ ଚରାବୁଲା ସମ୍ପୁର୍ଣ ବନ୍ଦ ହୋଇଯିବା ସହ ସେମାନଙ୍କ ପାଣି ପିଇବାକୁ ଯିବା ଘାଟ ବି ବନ୍ଦ ହୋଇଯିବ।ଏହି ଖାତାରେ ଥିବା ସରକାରଙ୍କ କ୍ଷୁଦ୍ର ଜଳାଶୋଚନ ପ୍ରକଳ୍ପ କୋଚିଲା ଗଣ୍ଡ ଏବଂ ଖଳିବନ୍ଧ ଦୁଇଟି ଯାକ ପ୍ରକଳ୍ପକୁ ସାଧାରଣ ଚାଷୀଙ୍କ ଯାତାୟାତ ସମ୍ପୂର୍ଣ ଭାବରେ ଅଚଳ ହୋଇପଡିବ।ଏହି ଖାତାରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିରେ ହରିଣ, ମୟୁର, ବାରହା, ଠେକୁଆ, ବିଲୁଆ, କୁଟୁରା ଏବଂ ହାତୀ ଇତ୍ୟାଦି ଅନେକ ପଶୁପକ୍ଷୀ ଚରାବୁଲା କରନ୍ତି । ସେମାନେ ମଧ୍ୟ ନିଜ ବାସସ୍ଥଳୀ ହରେଇ ବସିବେ।
ଆହୁରି ପଢନ୍ତୁ-
Three Dead In Water: ପାଣି ଭିତରେ ଗଲା ଦୁଇ ନାବାଳକଙ୍କ ସମେତ ତିନି ଜୀବନ, ଏମିତି ଥିଲା କାରଣ
ଏହି ଖାତାରେ ଥିବା ଛୋଟ ଜଙ୍ଗଲରୁ ଗରିବ ଶ୍ରେଣୀର ଲୋକମାନେ ଶୁଖିଲା ଜାଳେଣି କାଠ ଆଣି ପରିବାର ପ୍ରତିପୋଷଣ କରନ୍ତି ତାହା ବି ବନ୍ଦ ହୋଇଯିବ। ଏହି ଖାତାକୁ ଯଦି ଇ.ଡି.କୋକୁ ହସ୍ତାନ୍ତର କରାଯାଏ ତେବେ ଓଳସିଂହ ଠାରୁ ନୟାକୋଟ ମୌଜା ଦେଇ ବେଗୁନିଆକୁ, ସଂଲଗ୍ନ କରୁଥିବା ଆରଡି ରାସ୍ତା ମଧ୍ୟ ବନ୍ଦ ହୋଇଯିବ। ତେଣୁ ଏହି ମୌଜା ଜମିକୁ ହସ୍ତାନ୍ତର ନ କରି ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିବାକୁ ଓଜସିଂହ ଗ୍ରାମବାସୀ ଦାବି କରିଥିବା ଜଣାପଡିଛି।