ନାଚୁଣୀ/ଟାଙ୍ଗୀ : ଟାଙ୍ଗୀ ବନାଞ୍ଚଳ ଅଧୀନ ନାଚୁଣୀ ଫରେଷ୍ଟ ବିଟ୍ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ଚକଡ଼ା ପଥର ଅଞ୍ଚଳରୁ ଆଜି ଏକ ବାର୍ହା ମୁଣ୍ଡ ସହ ୮୦ କେଜିରୁ ଊର୍ଧ୍ୱ କଟା ମାଂସକୁ ବନ ବିଭାଗ ଜବତ କରିଛି। ମୃତ ବାର୍ହାର ଦେହାବଶେଷ ଓ ମାଂସକୁ ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଯାଇଛି। ମୃତ ବାର୍ହାର ବୟସ ୭ରୁ ୮ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଏକ ଶିକାରୀ ଦଳ ଏହି ବାର୍ହାଟିକୁ ହତ୍ୟା କରି ମାଂସ ଭାଗବଣ୍ଟା କରୁଥିବା ବେଳେ ନାଚୁଣୀ ଫରେଷ୍ଟର୍ ଚିତ୍ରସେନ୍ ଜେନାଙ୍କ ନେତୃତ୍ୱରେ ବନ ବିଭାଗର ୫ ଜଣିଆ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ତେବେ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ଶିକାରୀମାନେ ଚତୁରତାର ସହ ସେଠାରୁ ଖସି ପଳାଇଥିଲେ। ଘଟଣାସ୍ଥଳରୁ ଏକ କଟୁରି, ନିକିତି, ପାଲ ଜବତ ହୋଇଛି। ଏହି ଚଢ଼ଉ ଦଳରେ ଫରେଷ୍ଟଗାର୍ଡ କୁଳମଣି ନାୟକ, ସୌରୀ ପାତ୍ର, ହାତୀ ସ୍କ୍ଵାଡ୍ର ଯୋଗେନ୍ଦ୍ର ପରିଡ଼ା, ଶେଖ୍ ଜୁଲଫିକର୍ ଅଲ୍ଲୀ ସାମିଲ ଥିଲେ।
ନାଚୁଣୀ ବନ ବିଭାଗର ଚଢ଼ଉ : ବାର୍ହା ମୁଣ୍ଡ ସହ ୮୦ କେଜି ମାଂସ ଜବତ
Advertisment
Follow Us