ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନରେ ଆକସ୍ମିକ ଅଘଟଣରୁ ବର୍ତ୍ତିଗଲେ ମହିଳା ଯାତ୍ରୀ

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନରେ ଆକସ୍ମିକ ଅଘଟଣରୁ ବର୍ତ୍ତିଗଲେ ମହିଳା ଯାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଆକସ୍ମିକ ଅଘଟଣରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ଯାତ୍ରୀ। ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ। ଫଳରେ ଯାତ୍ରୀଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ।

ସୂଚନା ଅନୁଯାୟୀ, ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା। ଟ୍ରେନ୍ ଛାଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ସେମାନଙ୍କ ପାଇଁ ଥିବା ବଗିରେ ଚଢ଼ିଥିଲେ। କିନ୍ତୁ ମହିଳାଜଣଙ୍କ ଚଢ଼ିବା ପୂର୍ବରୁ ଟ୍ରେନ୍ ଛାଡ଼ି ଦେଇଥିଲା। ସେ ଟ୍ରେନରେ ଚଢ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ଆରପିଏଫ୍ ଏଏସଆଇ ଜେଜେ ଆଚାର୍ଯ୍ୟ ଓ ଏମ୍ ୱାଇ ରାଓ ଦୌଡ଼ିଯାଇ ମହିଳାଙ୍କୁ ଧରିପକାଇବା ସହ ଟାଣି ଆଣିଥିଲେ। ଦୁଇ ପୁଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe