Advertisment

ଅପହୃତ ବ୍ୟବସାୟୀଙ୍କ ପୁଅ ରେଙ୍ଗାଲିରୁ ଉଦ୍ଧାର, ମୁଣ୍ଡଜାମିନ୍‌ ପାଇଁ ଦାବି କରିଥିଲେ ୨ ଲକ୍ଷ

Advertisment
ଅପହୃତ ବ୍ୟବସାୟୀଙ୍କ ପୁଅ ରେଙ୍ଗାଲିରୁ ଉଦ୍ଧାର, ମୁଣ୍ଡଜାମିନ୍‌ ପାଇଁ ଦାବି କରିଥିଲେ ୨ ଲକ୍ଷ

ରାଉରକେଲା: ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିବା ଓ ପରେ ମୁଣ୍ଡଜାମିନ୍‌ ପାଇଁ ୨ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପ୍ଲାଣ୍ଟସାଇଟ୍‌ ପୁଲିସ ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାପାଳ ଥାନା ‌ରଙ୍ଗାଲିର ବିଶ୍ବନାଥ ବେହେରା ଓରଫ ବିଷ୍ଣୁ (୨୮), ସୁଳିଆର ବିବେକ ପ୍ରଧାନ (୨୩) ଓ ବଲାଙ୍ଗୀର ଲୋଇସିଙ୍ଗାର ସୁଲିପ୍ତ ନନ୍ଦ ଓରଫ ବାପି (୨୫)। ଏମାନଙ୍କ ନିକଟରୁ ପୁଲିସ ତିନିଟି ମୋବାଇଲ ଜବତ କରିଛି। ତିନି ଅଭିଯୁକ୍ତ କାହିଁକି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ନେଇଥିଲେ, ପୁଲିସର ତା’ର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତବାକ ପ୍ଳାଣ୍ଟସାଇଟ୍‌ ମହତାବ ରୋଡର ବ୍ୟବସାୟୀ ବିଶ୍ବନାଥ ବେହେରା ପରିବାର ସହ ରହନ୍ତି। ଗତ ୧୭ରେ ରାତି ସାଢ଼େ ୯ଟାରେ ତାଙ୍କ ପୁଅ ସିଦ୍ଧାର୍ଥ ବେହେରା ଓରଫ ବଳିଆକୁ କିଛି ଅଜଣା ଯୁବକ ଅପହରଣ କରି ନେଇଥିଲେ। ପରେ ତାଙ୍କ ପୁଅଙ୍କୁ ମୁଣ୍ଡଜାମିନ ରଖି ୨ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ।

ଅଭିଯୁକ୍ତଙ୍କ ଠାରୁ ପୁଅର ଅପହରଣ ସଂକ୍ରାନ୍ତରେ ଖବର ପାଇବା ପରେ ବ୍ୟବସାୟୀ ବିଶ୍ବନାଥ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଗୀତାଞ୍ଜଳି ସ୍ବାମୀ ବିଶ୍ବନାଥଙ୍କ ସହ ପ୍ଲାଣ୍ଟସାଇଟ୍‌ ଥାନାରେ ପହଞ୍ଚି ତାଙ୍କ ପୁଅକୁ କିଛି ଅଜଣା ଯୁବକ ଅପହରଣ କରି ନେଇଥିବା ସଂକ୍ରାନ୍ତରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe