କେସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ ପୂର୍ବରୁ ଅପହରଣ ଘଟଣା: ପ୍ରାର୍ଥୀ ହଳଧର କୋପଙ୍କୁ ଭେଟିଲା କଂଗ୍ରେସ ଟିମ

Advertisment
କେସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ ପୂର୍ବରୁ ଅପହରଣ ଘଟଣା: ପ୍ରାର୍ଥୀ ହଳଧର କୋପଙ୍କୁ ଭେଟିଲା କଂଗ୍ରେସ ଟିମ

Sambad

ମାଲକାନଗିରି: ଗତ ଅକ୍ଟୋବର ତିରିଶି ତାରିଖ କୋରାପୁଟ କେସିସି ବ୍ୟାଙ୍କ ନିର୍ଦେଶକ ମାନଙ୍କ ନିର୍ବାଚନ ରହିଥିବା ବେଳେ ମାଲକାନଗିରିର ୮ ନମ୍ବର ଜୋନର ପ୍ରାର୍ଥୀ ହଳଧର କୋପେଙ୍କୁ କିଛି ଦୁବୃର୍ତ୍ତ ଅପହରଣ କରିନେଇ ଜଙ୍ଗଲରେ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରଖିବା ସହ ମୁଣ୍ଡ ଲଣ୍ଡା କରି ଛାଡି ଦେଇଥିଲେ। ଏନେଇ କାହାକୁ ସୂଚନା ଦେଲେ ଜୀବନରେ ମାରିଦେବର ଭୟ ମଧ୍ୟ ଦେଖାଇଥିଲେ। ତେବେ ଏନେଇ ହଳଧର ଗତ ଦୁଇଦିନ ତଳେ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।ଘଟଣାସ୍ଥଳରେ ପୁଲିସ ପହଞ୍ଚି କିଛି ଜିନିଷ ଉଦ୍ଧାର କରିଥିବା ଜଣାପଡିଛି। ତେବେ ଏହି ଘଟଣାକୁ ମାଥିଲି ବ୍ଲକ କଂଗ୍ରେସ ମଧ୍ୟ ଗୁରୁତ୍ବରର ସହ ନେଇ ନିର୍ବାଚନ ସମୟରେ ଏଭଳି କାଣ୍ଡ ଘଟାଇବା ନିନ୍ଦନୀୟ ବୋଲି କହିବା ସହ ହଳଧର କୋପେଙ୍କୁ ଭେଟି ଆଲୋଚନା କରିଥିଲେ।

କାଳେ ହଳଧର ଜିତିଯିବ ସେନେଇ କେହି ତାଙ୍କୁ ଅପହରଣ କରିଥିବା କୁହାଯାଇଛି। ତେବେ ବ୍ଲକ କଂଗ୍ରେସର ସଭାପତି ମଙ୍ଗଳା ଗୌଡ, ପୂର୍ବତନ ସଭାପତି ତ୍ରିନାଥ ଭୂମିଆ, ନବୀନ ଭୁପତି, ଫୁଲମତି ଜିରାମ ସହ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ନାୟକଗୁଡା ପଞ୍ଚାୟତର ଖଇରାପାଲୀ ଗ୍ରାମକୁ ଯାଇ ଆଗାମୀ ଦିନରେ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଆଲୋଚନା କରିଥିଲେ। ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସକୁ ଏନେଇ ଅବଗତ କରାଯିବ। ଜିଲ୍ଲା କଂଗ୍ରେସର ନିର୍ଦେଶରେ ଏହାକୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ। ସ୍ବଚ୍ଛ ନିର୍ବାଚନ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହା କିଭଳି ନିର୍ବାଚନ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଯଦି ହଳଧରର କିଛି ବି ଘଟିଥିଲେ ଏଥିପାଇଁ କିଏ ଦାୟି ରହିଥାନ୍ତେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ତେଣୁ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe