କେସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ଅପହରଣ ଘଟଣା: ତୁରନ୍ତ ଦୋଷୀକୁ ଗିରଫ କରିବା ନେଇ ଦାବି କଲା ବିଜେପି

କେସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ଅପହରଣ ଘଟଣା: ତୁରନ୍ତ ଦୋଷୀକୁ ଗିରଫ କରିବା ନେଇ ଦାବି କଲା ବିଜେପି

Sambad

ମାଲକାନଗିରି: ଗତ ୩୦ ତାରିଖ ଦିନ କେସିସି ବ୍ୟାଙ୍କ ନିର୍ଦେଶକ ମାନଙ୍କ ନିର୍ବଚନ ଥିବା ବେଳେ ଏହା ପୂର୍ବରୁ ମାଲକାନଗିରିର ୮ ନମ୍ବର ପ୍ରାର୍ଥୀ ହଳଧ କୋପେଙ୍କୁ ଦୁବୃର୍ତ୍ତମାନେ ଅପହରଣ କରି ନେଇ ଜଙ୍ଗଲରେ ୧୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖିବା ପରେ ଲଣ୍ଡା କରି ଛାଡି ଦେଇଥିଲେ। ଏହି ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାର ଭୟ ଦେଖାଇଥିଲେ। ତେବେ ଏନେଇ ହଳଧର କୋପେ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ଗତକାଲି ମାଥିଲି ବ୍ଲକ କଂଗ୍ରେସ ତରଫରୁ ଏହାକୁ ନିନ୍ଦା କରାଯିବା ସହ ତୁରନ୍ତ ଦୋଷୀକୁ ଗିରଫ କରିବାକୁ ଦାବି କରାଯାଇଥିଲା। ତେବେ ଆଜି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର କରି ଏହି ଘଟଣାକୁ ନିନ୍ଦା କରାଯାଇଛି। ପ୍ରକାଶ ଥାଉକି ହଳଧର କୋପେ ବିଜେପିର ଜଣେ କର୍ମୀ ହୋଇଥିବା ବେଳେ ଆଜି ବିଜେପି ତରଫରୁ ଦୋଷୀକୁ ଗିରଫ କରିବା ନେଇ ଦାବି କରାଯାଇଥିଲା। ପୁଣି ନିର୍ବାଚନ ପୂର୍ବରୁ ହଳଧରଙ୍କୁ ଯେଉଁମାନେ ଟଙ୍କା ପ୍ରଲୋଭନ ଦେଖାଉଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଆଜିଦାବି କରିଥିଲା।ମାଲକାନଗିରି ଜିଲ୍ଲାରେ ରାଜନୈତିକ ହିଂସା ଅନ୍ୟ ରାଜ୍ୟ ଭଳି ଦେଖିବାକୁ ମିଳିଛି।

ଏହାକୁ ଆମେ ଘୋର ନିନ୍ଦା କରୁଛୁ ବୋଲି ବିଜେପି କହିଥିଲା। ପୁଲିସ ଯଦି ଏଥିରେ ପାତର ଅନ୍ତର କରେ ତେବେ ଆଗାମୀ ଦିନରେ ଜିଲ୍ଲା ବନ୍ଦ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ଯଦି ହଳଧରର କୌଣସି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟି ରହିଥାନ୍ତା ବୋଲି ବିଜେପି ଅଭିଯୋଗ କରିଛି। କେସିସି ବ୍ୟାଙ୍କ ନିର୍ଦେଶକ ପଦବୀ ପାଇଁ ଯଦି ଏଭଲି ହିଂସା ଘଟାଯାଉଛି, ତେବେ ଆଗକୁ ଏହା ଆହୁରି ଉଗ୍ର ରୂପ ନେଇପାରେ ବୋଲି କୁହାଯାଇଛି। ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ଦୋଷୀଙ୍କୁ ଗିରଫ କରୁ ବୋଲି ଦାବି କରାଯାଇଛି। ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଲ ସୁନାନୀ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ମଣ୍ଡଳ ସଭାପତି ବାଲାଜୀ ପଡଲ, ଜଳନ୍ଧର ନାୟକ, ହଳଧର କୋପେ, ସନ୍ତୋଷିନୀ ପାତ୍ର, ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe