କିଡନି ରୋଗୀ ଟୁକୁନାକୁ ଚିକିତ୍ସାରେ ଅର୍ଥ ବାଧକ ଘଟଣା: ସହଯୋଗର ହାତ ବଢ଼ାଇଲେ ଅଶୋକ ମହାରଣା

Advertisment
କିଡନି ରୋଗୀ ଟୁକୁନାକୁ ଚିକିତ୍ସାରେ ଅର୍ଥ ବାଧକ ଘଟଣା: ସହଯୋଗର ହାତ ବଢ଼ାଇଲେ ଅଶୋକ ମହାରଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ସଦର ମହକୁମାସ୍ଥିତ ନିଲିଗୁଡା ସାହିର ଟୁକୁନା ନାୟକ କିଡନି ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ସହ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସମାଜସେବୀ ବିନୋଦ ଟାୱାରୀ ସହଯୋଗର ହାତ ବଢାଇଥିଲେ। ଆଜି ମାଥିଲି ପିଇଓ ଅଶୋକ ମହାରଣା ଟୁକୁନାକୁ ୫ ହଜାର ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି।ପ୍ରକାଶ ଥାଉକି ଅଶୋକ ମହାରଣା ବର୍ତ୍ତମାନ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ସମ୍ବାଦରେ ଏହି ଦୁଃଖଦ ଖବର ପଢିବା ପରେ ତୁରନ୍ତ ସହଯୋଗର ହାତ ବଢାଇଥିଲେ।ପୂର୍ବରୁ ମଧ୍ୟ ଶ୍ରୀ ମହାରଣା ଗାଁ ଗାଁ ବୁଲି ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe