କାଠମାଣ୍ଡୁରେ ଆଇସିଇଆରଟି ତରଫରୁ କିଶୋର ଦାସ ସମ୍ବର୍ଦ୍ଧିତ

Advertisment
କାଠମାଣ୍ଡୁରେ ଆଇସିଇଆରଟି ତରଫରୁ କିଶୋର ଦାସ ସମ୍ବର୍ଦ୍ଧିତ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗର୍ବ ଓ ଗୌରବ ବାଲିମେଳା କଲେଜର ଇଂରାଜୀ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ କାଠମାଣ୍ଡୁ ଠାରେ ଆଇସିଇଆରଟି ତରଫରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଇଣ୍ଡୋ-ଗ୍ଲୋବାଲ ଏଜୁକେସନ ଏକ୍ସେଲେନସ ଆଵାର୍ଡ- ୨୦୨୨ ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି, ଆଇସିଇଆରଟିର ମୁଖ୍ୟ କାର୍ଯ୍ୟାଳୟ ଵାସିଙ୍ଗଟନ ଡିସିରେ ଅବସ୍ଥିତ। ଅଧ୍ୟାପକ କିଶୋର ଦାସ ଶିକ୍ଷା, ସ୍ବାସ୍ଥ୍ୟ, ମାନବିକତା, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ବିଭିନ୍ନ ପୁସ୍ତକ ରଚନା କରି ଚର୍ଚ୍ଚାର ପରିଧିକୁ ଆସିଥିଲେ।

ଏହା ପୂର୍ବରୁ ସେ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। ତାଙ୍କ ଦ୍ବାରା ଲିଖିତ ବିଊିନ୍ନ ବିଷୟର ବହି ଆଗକୁ ପ୍ରକାଶିତ ହେବ ବୋଲି ଜଣାପଡିଛି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜଣେ ଇଂରାଜୀ ଅଧ୍ୟାପକ ଏହି ସମ୍ମାନରେ ସମ୍ମାନୀତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe