କେଏମ୍‌ବିବିରେ ଟେକ୍‌ନୋ-କ୍ଲବ ଗଠିତ

କେଏମ୍‌ବିବିରେ ଟେକ୍‌ନୋ-କ୍ଲବ ଗଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି) ଠାରେ ଶନିବାର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁଆଜି ଟେକ୍‌ନୋ-କ୍ଲବ ଗଠିତ ହୋଇଛି।

ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ କାର୍ଯ୍ରକ୍ରମରେ ଡିନ୍‌ ଡ ଗଣେଶ ପ୍ରସାଦ ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡ ସୌମ୍ୟ ଦର୍ଶନ ମହାନ୍ତି ଯୋଗ ଦେଇଥିଲେ। ଟେକ୍‌ନୋ-କ୍ଲବ ଗଠନର ଆବଶ୍ୟକତା ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଯେଭଳି ରିଡିଂ କ୍ଲବ, ଲାଫିଙ୍ଗ୍ କ୍ଲବ ଆଦି ଗଠନ କରାଯାଏ ସେଭଳି ଏହା ଟେକ୍‌ନୋ-କ୍ଲବ ଅଟେ। ସାଧାରଣ ପାଠ୍ୟକ୍ରମରୁ ବାହାରେ ନୂତନ ଜ୍ଞାନ କୌଶଳ ଯେଭଳି କୋଡିଂ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ), ସାଇବର ସୁରକ୍ଷା, ବ୍ଲକ ଚେନ୍‌ ଆଦିସମ୍ପର୍କରେ ଶିକ୍ଷା ଲାଭ କରିବେ। ଏହା ସହ ଏହି କ୍ଲବ ପକ୍ଷରୁ ମୁକ୍ତମାଧ୍ୟମ ଆଲୋଚନା, ବୈଷୟିକ ଗପସପ, ସାଧାରଣଜ୍ଞାନ, ହାକାଥନ ଆଦି ଆୟୋଜନ କରାଯିବ। କାର୍ଯ୍ୟକ୍ରମକୁ ମେଣ୍ଟର ସଂଗ୍ରାମ ତ୍ରିପାଠୀ, ମନମୋହନ ସାହୁ ପରିଚାଳନା କରିଥିବା ବେଳେ କ୍ଲବ ସଦସ୍ୟ ଛାତ୍ରଛାତ୍ରୀ ହିତେଶ ରଞ୍ଜନ ପଣ୍ଡା, କରନ ଶ୍ରେଷ୍ଠ, ହିମାଂଶୁ ଶେଖର ପଣ୍ଡା, ସୌମ୍ୟ ରଞ୍ଜନ ଜେନା, ସମୀକ୍ଷା ମିଶ୍ର, ପି ଗୋପାଳ କ୍ରିଷ୍ଣା, ମାନସ କୁମାର ସାହୁ, ରାଜେଶ ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ବାଳ ଓ ମନସ୍ବିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଏଭଳି ଏକ ଅଭିନବ ପ୍ରୟାସକୁ ମହାବିଦ୍ୟାଳୟର ନିର୍ଦ୍ଦେଶକ (ପ୍ରଶାସନ) ସରୋଜ ପଣ୍ଡା ଓ ଅନୁଷ୍ଠାନ ସମୂହର ଅଧ୍ୟକ୍ଷ ତଥାଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe