ନୟାଗଡ଼ କଲେଜ ସାମ୍ନାରେ ଛାତ୍ରଙ୍କୁ ଛୁରାମାଡ

ନୟାଗଡ଼ କଲେଜ ସାମ୍ନାରେ ଛାତ୍ରଙ୍କୁ ଛୁରାମାଡ

ନୟାଗଡ଼: ମଙ୍ଗଳବାର ଅପରାହ୍ନରେ ନୟାଗଡ଼ କଲେଜ ସାମ୍ନାରେ ଜଣେ ଛାତ୍ରଙ୍କୁ ଛୁରାମାଡ ହୋଇଛି। ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଛୁରାମାଡରେ ଆହତ ହୋଇଥିବା ଛାତ୍ରଙ୍କ ନାମ ପ୍ରକାଶ କୁମାର ବେହେରା। ସେ ଯୁକ୍ତଦୁଇ ଦ୍ୱିତୀୟବର୍ଷ କମର୍ସର ଛାତ୍ର।

ସୂଚନାଯୋଗ୍ୟ, ଆଜି କଲେଜ ସାମ୍ନାରେ ସୁଶିଲ କୁମାର ସାହୁ ଓରଫ ପପୁ ଛିଡା ହୋଇଥିଲେ। ଏହି ସମୟରେ ଦେବରାଜ ଖୁଣ୍ଟିଆ ସୁଶିଲ କୁମାରସାହୁଙ୍କୁ ପପୁ ଭାଇ ବୋଲି ଡାକି କଲେଜ ଇଲେକ୍‌ସନ୍‌ ବିଷୟରେ କଥାବାର୍ତ୍ତା ହୋଇଥିଲା। ଦେବରାଜ ସୁଶିଲକୁ କାହିଁକି ଏପରି ଡାକିଲା ବୋଲି ଦୁହିଁଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଏହାପରେ ସୁଶିଲ ଦେବରାଜକୁ ଚାପୁଡାଟେ ମାରି ଚାଲି ଯାଇଥିଲା। ଏହି ଗଣ୍ଡଗୋଳ ବିଷୟରେ ପ୍ରକାଶ କୁମାର ବେହେରା ସୁଶିଲ ପାଖକୁ ଯାଇ ଦେବରାଜ ଖୁଣ୍ଟିଆକୁ କାହିଁକି ଚାପୁଟା ମାରିଲା ବୋଲି ପ୍ରଶ୍ନ କରିଥିଲା। ଏହି ସମୟର ସୁଶିଲ କୁମାର ପାଖରେ ଛିଡା ହୋଇଥିବା କାଶିକ୍‌ ମଲିକ୍‌ ତାଙ୍କ ହାତକୁ  ଛୁରୀ ବଢ଼ାଇ ଦେଇଥିଲା। ସୁଶିଲା ସେହି ଛୁରୀ ସାହାଯ୍ୟରେ ପ୍ରକାଶ ପେଟକୁ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଟାଉନ୍‌ ଥାନା ପୁଲିସରେ ମାମଲା ରୁଜୁ ହେବା ପରେ କଶିକ୍‌ ମଲିକ୍‌କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe