ପୋଟେରୁ ଗାଁ ରେ ଅଜଣା ରୋଗ ଆତଙ୍କ: ୨ ମାସରେ ଗଲାଣି ୪ ଜୀବନ

ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

କାଲିମେଳା: କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ଆଦିବାସୀ ଜନଜାତି ବହୁଳ ପୋଟେରୁ ଗାଁରେ ଏବେ ଅଜଣା ରୋଗ ଆତଙ୍କ ଦେଖା ଦେଇଛି। ଗତ କାଲି ଏହି ଗ୍ରାମର ଲଚ୍ଛା ବନ୍ଦମ ନାମକ ଜଣେ ବ୍ୟକ୍ତିର ଅଜଣା ରୋଗରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଲଚ୍ଛାଙ୍କ ଏକ ସପ୍ତାହ ହେଲା ଗୋଡ଼ ହାତ ଫୁଲିବା ସହିତ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଗତକାଲି ତାକୁ କାଲିମେଳା ମେଡିକାଲ ନେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ଗତ ୨ ମାସରେ ସେହି ଗ୍ରାମର ଅନ୍ୟ ୩ ଜଣ ଯୁବକଙ୍କ ମଧ୍ୟ ଏହି ଅଜଣା ରୋଗରେ ମୃତ୍ୟୁ ହୋଇଛି। ମୃତକ ହେ‌ଲେ ଗ୍ରାମର ପେଣ୍ଟ ମାଢି, ରାଜା ମାଡକାମୀ, ବଦ୍ରି ବନ୍ଦମ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି, ପ୍ରଥମେ ଗୋଡ ହାତ ଫୁଲିବା ସହିତ ଶରୀରରେ ଯନ୍ତ୍ରଣା ହେଉଛି ଓ ପରେ ୧ ସପ୍ତାହ ମଧ୍ୟରେ ମୃତ୍ୟୁ ହୋଇଯାଉଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମେଡିକାଲ ଟିମ ଗାଁରେ ପହଞ୍ଚି ନ ଥିବାବେଳେ ତୁରନ୍ତ ମେଡିକାଲ ଟିମ ଗାଁକୁ ଯାଇ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe