ଜମିରେ ହଠାତ ଏକ ପାରାଚ୍ୟୁଟ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ : ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ଚିହ୍ନ ରହିଛି

Advertisment
ଜମିରେ ହଠାତ ଏକ ପାରାଚ୍ୟୁଟ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ : ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ଚିହ୍ନ ରହିଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମପିଭି- ୮୩ ଗ୍ରାମରେ ଆଜି ଏକ ପାରାଚ୍ୟୁଟ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ଜମିରେ ଏହି ପାରାଚ୍ୟୁଟଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ଆତଙ୍କିତ ହୋଇଯିବା ସହ ପୁଲିସକୁ ଖବର ଦେଇଥିଲେ।

ପାରାଚ୍ୟୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ଚିହ୍ନ ରହିଥିବା ଦେଖିବାକୁ ମିଳୁଛି। ଏଥିସହିତ ଏଥିରେ ଭାରତ ସରକାରଙ୍କର ପାଣିପାଗ ବିଭାଗ ଓ ଭାରତ ସରକାରଙ୍କ ନାମ ଲେଖା ହୋଇଛି। ପ୍ରଥମ ଥର ପାଇଁ ଉକ୍ତ ଗ୍ରାମରେ ଏଭଳି ପାରାଚ୍ୟୁଟକୁ ଦେଖିବାକୁ ମିଳିଛି। ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ଲୋକେ ଜମିରେ ଏଭଳି ପାରାଚ୍ୟୁଟ ପଡ଼ିଥିବା ଖବର ପାଇବା ପରେ ଦେଖିବାକୁ ଭିଡ଼ ଜମାଇଛନ୍ତି। ଘଟଣାସ୍ଥଳରେ ମୋଟୁ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe