ବିବାଦ କୋଡିଙ୍ଗାମାଳି ଖଣି ଅଞ୍ଚଳରେ, ତାତି କୋରାପୁଟରେ

Advertisment
ବିବାଦ କୋଡିଙ୍ଗାମାଳି ଖଣି ଅଞ୍ଚଳରେ, ତାତି କୋରାପୁଟରେ

କୋରାପୁଟ: ଛିଣ୍ଟୁନି କୋଡିଙ୍ଗାମାଳି ଖଣି ଅଞ୍ଚଳରେ ବିବାଦ। ସପକ୍ଷ, ବିପକ୍ଷ କର୍ମଚାରୀଙ୍କ ମଧ୍ୟରେ ପ୍ରତିଦିନ ବିବାଦ ଦେଖାଉଥିବାବେଳେ ଦଳ ଦଳ ହୋଇ କୋରାପୁଟ ଜିଲ୍ଲାପାଳଙ୍କୁ ଆସି ଭେଟୁଥିବା ଦେଖିବାକୁ ମିଳିଛି। ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ଦଳ ଆସି ଡେରା ପକାଇଥିବାବେଳେ ଅନ୍ୟ ଏକ ଦଳ ଆଜି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିବାଦ କୋଡିଙ୍ଗାମାଳି ଖଣି ଅଞ୍ଚଳରେ ହେଉଥିବାବେଳେ ତାତି କୋରାପୁଟରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ କୋଡିଙ୍ଗାମାଳି ଖଣି ଅଞ୍ଚଳରେ ଦୀର୍ଘ ଦିନ ହେବ କିଛି କର୍ମଚାରୀ କାମ କରୁଥିଲେ। ସେମାନଙ୍କୁ କମ୍ପାନୀ ପକ୍ଷରୁ ଅନ୍ୟତ୍ର ବଦଳି କରାଯାଇଥିବା ନେଇ ନୋଟିସ ବାହାରିଥିଲା। ଏନେଇ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ଆଜି ଉପଜିଲ୍ଲାପାଳ, କମ୍ପାନୀ ଓ କର୍ମଚାରୀଙ୍କୁ ଡାକି ବୈଠକ କରାଯାଇଥିଲା। ହେଲେ ଏହି ବୈଠକରେ କୌଣସି ନିଷ୍ପତ୍ତି ବାହାରି ନ ଥିଲା।

ଅନ୍ୟପକ୍ଷରେ ଏହାକୁ ନେଇ ସପକ୍ଷବାଦୀ ଏକ ରାଲିରେ ଆସି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଅଭିଯୋଗ ମୁତାବକ କିଛି ଶ୍ରମିକ ନେତା ଶ୍ରମିକଙ୍କୁ ମତାଇ କାମ ଏପର କାଣ୍ଡ ଭିଆଉଥିବା ଅଭିଯୋଗ ଆଣିଥିଲେ। ଏହାକୁ ବନ୍ଦ ନ କଲେ ଆଗାମୀ ଦିନରେ ଅନ୍ଦୋଳନ ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe