ଧୂଳିଧୂଆଁରେ ପୋତି ହୋଇଛି କୋଇଡା- କାଲଟା ଜାତୀୟ ରାଜପଥ : ଛଟପଟ ଅଞ୍ଚଳବାସୀ

ଧୂଳି ପାଇଁ ଦୈନନ୍ଦିନ ଘଟୁଛି ଦୁର୍ଘଟଣା, ଗଡୁଛି ମୁଣ୍ଡ : ରୋଗାକ୍ରାନ୍ତ ଲୋକେ

ଧୂଳିଧୂଆଁରେ ପୋତି ହୋଇଛି କୋଇଡା- କାଲଟା ଜାତୀୟ ରାଜପଥ : ଛଟପଟ ଅଞ୍ଚଳବାସୀ

କୋଇଡା (ସୁନ୍ଦରଗଡ):  କୋଇଡାରୁ କାଲଟା - ତୋଡା- ଜାମୁଡିହି ଦେଇ ଲହୁଣୀପଡା ଯାଇଛି ଜାତୀୟ ରାଜପଥ । ଗତ ତିନି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଏ ରାସ୍ତା ପଡିରହିଛି । ଦୁଇ ବର୍ଷ ପୂର୍ବେ ଆରକେଡି କମ୍ପାନୀ ଏ ରାସ୍ତା ନିର୍ମାଣ ଟେଣ୍ଡର ପାଇ ରାସ୍ତା ନିର୍ମାଣ କରୁଛି । ହେଲେ ତୋଡାରୁ ଲହୁଣୀପଡା ଯାଏଁ ରାସ୍ତାର ଅବସ୍ଥା କହିଲେ ନ ସରେ । ଶୋଚନୀୟ ରାସ୍ତା ଅବସ୍ଥା ସାଙ୍ଗକୁ ରାସ୍ତା ଉପରେ ମଣିଷ ବୁଡିଗଲା ଭଳି ଧୂଳି । ଚାରିଆଡେ ଖାଲି ଲାଲ୍ ଲୁହା ଗୁଣ୍ଡ ମିଶା ଧୂଳିରେ ପରିପୂର୍ଣ୍ଣ । ସାଧାରଣ ମଣିଷଟିଏ ଚାଲି ବା ଦୁଇ ଚକିଆରେ କରି ଯିବା ତ ଦୂର କଥା, ଏଠି ବସ୍ କିମ୍ବା ଚାରିଚକିଆ ବି ଯିବା କଷ୍ଟକର ।

publive-image

ଧୂଳି ଯୋଗୁଁ ରାସ୍ତାରେ ଗାଡି ଚଳାଇବା ଯମ ଦଣ୍ଡ ଭଳି, ଭାରି କଷ୍ଟକର। ତେଣୁ ଟ୍ରକ ତଳେ ବାଇକ ଆରୋହୀ ଚାପି ହୋଇ ମୃତ୍ୟୁବରଣ କରିବା ଏଠାରେ ସାଧାରଣ ଘଟଣା ପାଲଟି ଯାଇଛି। ବେଳେ ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକର ଶବ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଧୂଳିରେ ଏପରି ପୋତି ହୋଇଯାଏ ଯେ ଚିହ୍ନଟ କରିବା ମୁସ୍କିଲ୍ ହେଇଯାଏ । ଲୋକ ଟିଏ ଥରେ ଏ ରାସ୍ତାରୁ ଆସିଲେ ଘର ଲୋକ ତ ଚିହ୍ନି ପାରନ୍ତିନି ଘରେ କୁକୁର ଥିଲେ ବି ଅଜଣା ଚୋର ଡକାୟତ ଭାବି ଭୁକେ । ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀ ଏ ଧୂଳିଧୂଆଁର ନିବାରଣ ପାଇଁ ଗୁହାରୀ କରି ଆସୁଥିଲେ ହେଁ ସରକାରଙ୍କୁ ବିପୁଳ ପରିମାଣରେ ଯାଉଥିବା ରାଜସ୍ଵର ଚିନ୍ତା । ସରକାର ଡିଏମ୍ଏଫ୍ ଜରିଆରେ ସ୍ଥାନୀୟ ଅଧିବାସୀଙ୍କ ବିକାଶ କରା ଯାଉଛି ବୋଲି  ଡିଣ୍ଡିମ ପିଟୁଥିବା ବେଳେ ଖଣି ଅଞ୍ଚଳର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ଯାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe