ରାୟଗଡ଼ା କୋଲନରା ତହସିଲଦାର୍‌ କରୋନା ପଜିଟିଭ୍‌

ରାୟଗଡ଼ା କୋଲନରା ତହସିଲଦାର୍‌ କରୋନା ପଜିଟିଭ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରାର ତହସିଲଦାର୍‌ କରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କୋଲନରାର ତହସିଲଦାରଙ୍କ ସମେତ ୨ ଜଣଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିଛି। ଏହାପରେ ତହସିଲଦାର ଓ ଜଣେ କର୍ମଚାରୀଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଥିସହିତ ତହସିଲ କାର୍ଯ୍ୟାଳୟକୁ ଆସନ୍ତା ୭ଦିନ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ବନ୍ଦ ସମୟରେ ତହସିଲ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି।

ସେହିପରି ଆସନ୍ତା ୭ଦିନ ପର୍ଯ୍ୟନ୍ତ ତହସିଲ ଅଫିସ୍ ନଆସିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଜିଲ୍ଲାରେ  ୯ଜଣ କୋଭିଡ ଯୋଦ୍ଧାଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ରହିଛି।

ରାୟଗଡ଼ା ଜିଲ୍ଲାରେ ଏଯାବତ ୨୪୨ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୨ଟି ସକ୍ରିୟ ମାମଲା ରହିଛି। ଏଥିସହିତ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ରାୟଗଡ଼ା ଜିଲ୍ଲାରୁ ୧୩୮ଜଣ ସୁସ୍ଥ ହୋଇଛନ୍ତି। ଆଜି ପଦ୍ମପୁରରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଦ୍ମପୁର ଓ ଥେରୁବାଲି ସହରକୁ ଜିଲ୍ଲାପାଳ ତିନିଦିନ ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe