କୋରାପୁଟ,: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ଧରା ପଡ଼ି ନ ଥିବାରୁ କଂଗ୍ରେସ ପକ୍ଷରୁ ଆଜି ୭ ଘଣ୍ଟିଆ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପାଇଁ କଂଗ୍ରେସ ପକ୍ଷରୁ ଆହ୍ଵାନ ଦିଆଯାଇଛି। ସେହିପରି ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ରହିଛି। ତେବେ ଜରୁରୀ କାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଟାଳଟୁଳ ନୀତି ଗ୍ରହଣ କରୁଛି। ଏହି ସମ୍ବେଦନଶୀଳ ମାମଲାକୁ ସପ୍ତାହେ ବିତିଥିଲେ ମଧ୍ୟ ପୁଲିସ ଜଣଙ୍କୁ ବି ଗିରଫ କରିପାରିନି। ତେଣୁ ଏହା ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନଙ୍କ ଆକ୍ରୋଶକୁ ଆଖିଆଗରେ ରଖି କଂଗ୍ରେସ ପକ୍ଷରୁ ଆଜି ସମଗ୍ର କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। କୋରାପୁଟ, ଜୟପୁର, ପଟ୍ଟାଙ୍ଗୀ କୁନ୍ଦୁରା, ବୈପାରୀଗୁଡ଼ା, ସିମିଳିଗୁଡ଼ା, ବୋରିଗୁମ୍ମା ଆଦି ସ୍ଥାନରେ କଂଗ୍ରେସ ନେତାମାନେ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିବା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରୁଛନ୍ତି। ଏହି ବନ୍ଦରେ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ପୂର୍ବତନ ସାଂସଦ ପ୍ରଦୀପ ମାଝିି, ଜୟପୁର ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ହୋଇଛନ୍ତି।
କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: କଂଗ୍ରେସ ପକ୍ଷରୁ କୋରାପୁଟ୍ ବନ୍ଦ
Advertisment
Follow Us