ଗୁପ୍ତେଶ୍ବର ପୀଠର ସର୍ବାଙ୍ଗୀନ ବିକାଶର ସମୀକ୍ଷା କଲେ ଜିଲ୍ଲାପାଳ, ମାସକରେ କାମ ସାରିବାକୁ ନିର୍ଦ୍ଦେଶ 

Advertisment
ଗୁପ୍ତେଶ୍ବର ପୀଠର ସର୍ବାଙ୍ଗୀନ ବିକାଶର ସମୀକ୍ଷା କଲେ ଜିଲ୍ଲାପାଳ, ମାସକରେ କାମ ସାରିବାକୁ ନିର୍ଦ୍ଦେଶ 

ଜୟପୁର: ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସଂପ୍ରତି ଏଠାରେ ଚାଳିଥିବା କାମର କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ ଏମ୍ ଅବଦାଲ ଆଖତାର। ଜିଲ୍ଲାପାଳ , ପିଡିଡିଆରଡିଏ ହେମକାନ୍ତ ସୟ, ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ ଏଥିରେ ଭାଗ ନେଇଥିଲେ।

publive-image

ମନ୍ଦିରର ପାହଚ ଗୁଡ଼ିକରେ ତୁରନ୍ତ ଗ୍ରାନାଇଟ୍ ପକାଯିବା, ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ, ଘାଟର ବିକାଶ ସହ , ଘାଟ ନିକଟରୁ ସଂକୀର୍ତ୍ତନ ହଲ ପଯ୍ୟନ୍ତ ଫେଭର ବ୍ଲକ କରାଯିବା, ବଜାର ଗୃହକୁ ଘୁଚାଂଇବା ଏବଂ ସଂପୁର୍ଣ୍ଣ ସୌନ୍ଦର୍ଯ୍ୟକରଣ କାମ ମାସକ ମଧ୍ୟରେ ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଗତ ବର୍ଷକ ହେବ ଅନୁଦାନ ଟଙ୍କା ମିଳିବା ସତ୍ବେ ସେ ଅନୁଯାୟୀ କାମ ତ୍ବାରାନ୍ବିତ ହୋଇନଥିବାରୁ ଜିଲ୍ଲାପାଳ ବିଗଡ଼ିଥିଲେ। ସେଭଳି ରାମଗିରୀ ନିକଟରେ ସ୍ବାଗତ ତୋରଣର କାମ ବି ଶୀଘ୍ର ସାରିବାକୁ କହିଥିଲେ। ନିର୍ମାଣାଧୀନ ଥିବା ରାସ୍ତା କାମର ବି ଯାଂଚ କରିବା ସହ ତୁରନ୍ତ ସାରିବାକୁ ଜିଲ୍ଲାପାଳ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe