ଆସିବ କି ଆଉ ଏକ ଲହର! କୋରାପୁଟରେ ୬୦ ଦିନରେ ୧୨ ଆକ୍ରାନ୍ତ

Advertisment
ଆସିବ କି ଆଉ ଏକ ଲହର! କୋରାପୁଟରେ ୬୦ ଦିନରେ ୧୨ ଆକ୍ରାନ୍ତ

long island press

କୋରାପୁଟ: ଆସିବ କି କୋଭିଡ-୧୯ ର ଆଉ ଏକ ଲହର। କୋରାପୁଟରୁ ଏହି ଲହର ପୁଣି ଥରେ ଆରମ୍ଭ ହେବ କି ? ଲଗାତାର ଭାବେ ଜିଲ୍ଲାରେ ଟିକାକରଣ ଚାଲିଥିବାବେଳେ ଗତ ୬୦ ଦିନ ମାନେ ଦୁଇ ମାସରେ ୧୨ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛନ୍ତି। ଏବେ ଜିଲ୍ଲାରେ ୧୨ ଜଣ କରୋନା ସହ ଲଢ଼ୁଥିବା ଜଣାପଡିଛି। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କୋରାପୁଟରେ ଗତ ଦୁଇ ବର୍ଷ ହେବ ଯେପରି ଭାବେ ସତର୍କତା ଅବଲମ୍ବନ କରିବା କଥା ସେପରି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ଦିନ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଜି ଜିଲ୍ଲାରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ରହିଛନ୍ତି ।

ଜୟପୁର ମ୍ୟୁନିସପାଲଟିରୁ ୨,କୋରାପୁଟ ଓ ବୈପାରିଗୁଡାରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୧୨ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ରହିଥିବାବେଳେ ୭୦୬ ଜଣଙ୍କ ସ୍ବାବ ଟେଷ୍ଟିଂ ହୋଇଥିବା ଜଣାପଡିଛି । ଏବେଯାଏ ଜିଲ୍ଲାରେ ୨୩ହଜାର ୬୧୪ ଜଣ ପଜିଟିଭ୍ ଆସିଥିବାବେଳେ ୨୩ହଜାର ୫୧୮ଜଣ କରୋନାକୁ ହରାଇଛନ୍ତି। କରୋନାରେ ୮୪ ଜଣ ମୃତ୍ୟୁ ବରଣ କରିଥଇବାବେଳେ ୨୫ଲକ୍ଷ ୨୬ ହଜାର ୮୩୯ଟି ଡୋଜ ଟିକା ଦିଆଯାଇଥିବା ଜଣାପଡିଛି। ଏବେ ଯାଏ ୧୨ଲକ୍ଷ ୪୪ହଜାର ୮୦୧ ଜଣ ମହିଳା ଓ ୧୧ ଲକ୍ଷ ୯୫ହଜାର ୮୬୮ ପୁରୁଷ ଟିକା ନେଇସାରିଛନ୍ତି।

୧୨ଲକ୍ଷ ୨୨ହଜାର ୩୨୯ ଟି ପ୍ରଥମ ଡୋଜ ନେଇଥିବାବେଳେ ୧୨ଲକ୍ଷ ୧୯ହଜାର ୨୦୪ ଜଣ ଦ୍ବିତୀୟ ଜଡୋଜ ଓ ୮୫ହଜାର ୩୦୬ ଜଣ ପ୍ରିକସନ ଡୋଜ ନେଇଛନ୍ତି। ମେ ୫ରେ ଜଣେ, ୨୫ ଜୁନ ଓ ୨୬ ଜୁନରେ ଦୁଇଜଣ ଲେଖାଏଁ କରୋନା ରିପୋର୍ଟ ଆସିଥିବା ଜଣାପଡିଛି। ଚଳିତମାସ ୬ ତାରିଖରେ ୩ଜଣ, ୭ ତାରିଖ ଓ ୮ ତାରିଖରେ ଜଣେ ଲେଖାଏଁ ୧୦ ତାରିଖରେ ତିନିଜଣ ଓ ୧୧ ତାରିଖରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe