କନିଷ୍ଠ ରେଡ଼କ୍ରସ୍‌ ପ୍ରଶିକ୍ଷଣ ଶିବିର: ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ପାଇଲା କୋରାପୁଟ ନୃତ୍ୟ

Advertisment
କନିଷ୍ଠ ରେଡ଼କ୍ରସ୍‌ ପ୍ରଶିକ୍ଷଣ ଶିବିର: ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ପାଇଲା କୋରାପୁଟ ନୃତ୍ୟ

ଜୟପୁର: ନୀଳାଚଳ ପଲିଟେକନିକ୍ ଭୁବନେଶ୍ବର ଠାରେ ରାଜ୍ୟ ସ୍ତରୀୟ ପଞ୍ଚ ଦିବସୀୟ କନିଷ୍ଠ ରେଡ଼କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ ଜିଲ୍ଲା ଦଳଗତ ନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ମନୋନୀତ ହୋଇଛି।

ଏହି ଅବସରରେ ଆ‌ୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡିଶା ଶାଖାର ସଚିବ ମେଜର ଡ.କଳ୍ପନା ଦାସ, ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ଅଭିନେତା ତଥା ଓଡିଶା ଶାଖାର କମିଟି ସଭ୍ୟ ସବ୍ୟସାଚୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ପୃଷ୍ଟି ଓ ଏକାଡେମୀର ଚେୟାରମ୍ୟାନ ସରୋଜ କୁମାର ସାହୁ ଯୋଗ ଦେଇଥିଲେ।। ପ୍ରତି ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ ଲାଭ କରି ପୁରସ୍କୃତ ହୋଇଥିଲେ। ପରାମର୍ଶଦାତା ତପନ କୁମାର ପରିଡ଼ା ଓ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁଙ୍କ ତତ୍ୱାବଧାନରେ ୧୨ଜଣ ଛାତ୍ରଛାତ୍ରୀ ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe