କୋରାପୁଟ: ପୁଣି ଥରେ ଛତିଶଗଡ ପଟୁ କୋରାପୁଟକୁ ଚଳାଚଳ କରୁଥିବା ସମସ୍ତ ପ୍ଲବିକ ପରିବହନକୁ ବନ୍ଦ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଆଜିଠାରୁ ସୀମା ସିଲ କରାଯାଇଥିବାବେଳେ ଯେଉଁ ଘରୋଇ ପରିବହନକାରୀ ଓଡ଼ିଶାକୁ ଆସିବେ ସେମାନେ ଟିକାକରଣ ପ୍ରମାଣପତ୍ର କିମ୍ବା ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯଦି ସେମାନେ ଏହା ଦାଖଲ କରିପାରିବେ ନାହିଁ ତେବେ ୭ ଦିନ ସଂଘରୋଧରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ସଦଭାବନା ସଭାଗୃହରେ ଜିଲ୍ଲାର ସବୁ ବିଡିଓଙ୍କୁ ନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାରଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ବସିଥିଲା। ଏହି ବୈଠକରେ ଜିଲ୍ଲାର ୧୪ଟି ବ୍ଲକର ବିଡିଓ ଓ ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀ, ଜୟପୁର ଓ କୋରାପୁଟ ଉପଜିଲ୍ଲାପାଳ ରହିଥିଲେ।
ଆଜିର ଏହି ବୈଠକର ନିଷ୍ପତ୍ତି ଅନୁସାରେ କୋରାପୁଟ ସହରରେ ଗୋଟିଏ କୋଭିଡ ହସ୍ପିଟାଲ ରହିଥିବାବେଳେ ଜୟପୁରରେ ରହିଥିବା କୋଭିଡ ହସ୍ପିଟାଲକୁ ୪ ଦିନ ମଧ୍ୟରେ ଖୋଲାଯିବ। ଏହାସହ ଜୟପୁର ଓ କୋରାପୁଟରେ ରହିଥିବା କୋଭିଡ କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ରହିଥିବା ସଂଘରୋଧ ଗୃହ ବନ୍ଦ ରହିଥିବାବେଳେ ଏହାକୁ କ୍ଲଷ୍ଟରଭାବେ ଆରମ୍ଭ କରାଯିବ। ସବୁ ବିଡିଓଙ୍କୁ ଏନେଇ ଅବଗତ କରାଯାଇଥିବା ଜଣାପଡିଛି।
ଏନେଇ ଜିଳ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କୋରାପୁଟକୁ ଛତିଶଗଡ ପଡୁ ଯୋଡୁଥିବା ସୁରୁଲିରେ ଚେକ୍ ପଏଣ୍ଟ ଖୋଲାଯାଇ କାର୍ଯ୍ୟକ୍ଷମ ହୋଇଯାଇଛି। ଏହିଠାରେ ବସ, ଟ୍ରକ୍, ଅଟୋ, ଟ୍ରେକର ଆଦି ପରିବହନକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ମାଲ ପରିବହନ ଯେପରି ପୂର୍ବରୁ ରହିଛି ସେହିପରି ରହିବ। ତେବ ଜିଲ୍ଲାକୁ ପ୍ରବେଶ କରିବାକୁ ହେଲେ ଟିକାକରଣର ସାର୍ଟିଫିକେଟ, କୋଭିଡ ନେଗେଟିଭ୍ ରିପୋର୍ଟ ପ୍ରଦାନ କରିବାକଚ ପଡିବ। ଯଦି ଏହାଦାଖଲ ନ କଲେ ତେବ ୭ ଦିନ ସଂଘରୋଧ ଗୃହରେ ରହିବେ ବୋଲି ଜଣାପଡିଛି।
Follow Us