ଡୁମ୍ବାଗୁଡାରେ ମହାମାରୀ ଆତଙ୍କ; ଜଣେ ମୃତ, ୭ ଆକ୍ରାନ୍ତ

Advertisment
ଡୁମ୍ବାଗୁଡାରେ ମହାମାରୀ ଆତଙ୍କ; ଜଣେ ମୃତ, ୭ ଆକ୍ରାନ୍ତ

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତରେ ବର୍ଷା ହେତୁ ଝାଡାବାନ୍ତି ଭଳି ମହାମାରୀ ରୋଗ ଦେଖାଦେଇଛି। ମହାମାରୀ ଆତଙ୍କରେ ସଂପୃକ୍ତ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଜଣ ଚିକିତ୍ସାଧୀନ ଅଛନ୍ତି।

ମୃତ ରୋଗୀଙ୍କ ପରିବାର ଲୋକଙ୍କ କହିବାନୁସାରେ ୩ ରୁ ୪ ଦିନ ହେଲା ଏହି ଆତଙ୍କ ଦେଖାଦେଇଛି। ମହାମାରୀରେ ସଦର ପଞ୍ଚାୟତର ବୈଦି ନାୟକଙ୍କୁ କ୍ରମାଗତ ଝାଡାବାନ୍ତି ହେଉ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡୁମ୍ବାଗୁଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା।  ୩ ଦିନ ଧରି ଚିକିତ୍ସିତ ହେଉଥିବା ବୈଦିଙ୍କ ପୁଅ ଭାଗୀରଥୀ ଗଣମାଧ୍ୟମକୁ ଏ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେହିପରି ଏହି ପଞ୍ଚାୟତ ଅଧିନରେ ଥିବା ହାତୀମୁଣ୍ଡା ଗାଁରେ ମଧ୍ୟ୍ୟ ଝାଡା ଭଳି ମହାମାରୀ ରୋଗର ଆତଙ୍କରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ହୋଇଛନ୍ତି।ପରିବାରର କାଳିଚନ୍ଦ୍ର ଗୌଡ଼ (୬୦) ଙ୍କୁ ହଠାତ ଗତକାଲି କ୍ରମାଗତ ଝାଡା ହେବାରୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଝାଡା ଏବଂ ଉଚ୍ଚ ରକ୍ତଚାପ ଯୋଗୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପାଇ ପୁଅ କୋରଫୁଲ ଗୌଡ଼ (୩୦) ବାପାଙ୍କୁ ଦେଖା କରିବାକୁ ଯିବା ମାତ୍ରେ ସେ ମଧ୍ୟ୍ୟ ଏହି ରୋଗରେ ଶିକାର ହେବା ପରେ ତାଙ୍କୁ ରାୟଗଡା ଜିଲ୍ଲାର ଉଷାପୋଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୁଣି କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେହିପରି ହରିଶ୍ଚନ୍ଦ୍ର ଗୌଡ଼, ଚୁଡା ଗୌଡ଼, ଲୋକନାଥ ଗୌଡ଼ ଏବଂ ପୀତବାସ ଗୌଡ଼ ପ୍ରମୁଖ ମଧ୍ୟ୍ୟ ମହାମାରୀରେ ପୀଡ଼ିତ ହୋଇଛନ୍ତି। ସୂଚନା ପାଇ ସ୍ଥାନୀୟ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ  ଶ୍ରୀରାମ ପରିଡାଙ୍କ ନେତୃତ୍ୱରେ ଡାକ୍ତର ଅଂଶୁମାନ ପାଢ଼ୀ ଏକ ୬ ଜଣିଆ ସ୍ୱାସ୍ଥ୍ୟ ଦଳ ସହ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିି ଅନୁଧ୍ୟାନ କରିବା ସହ ରୋଗୀମାନଙ୍କୁ ଓଆରଏସ ଏବଂ ଜିଙ୍କ ଔଷଧ ପ୍ରଦାନ କରିଥିଲେ।

ସେହି ଗାଁରେ ହିଁ ପ୍ରାଥମିକ ଚିକିତ୍ସା କରି କିଛି ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ପଞ୍ଚାୟତର ନାଳମାରୀ, ବେଲଗଛ ଭଳି ଆଉ କିଛି ଗ୍ରାମମାନଙ୍କରେ ଅନୁଧ୍ୟାନ ପାଇଁ ଯାଇଥିବା ନଜରକୁ ଆସିଛି। ତେବେ ଆମ ଗାଁରେ ପ୍ରବାହିତ ହେଉଥିବା ପୁଡ ନଦୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବାରୁ ଏଭଳି ହେଉଛି କି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe