ଗାତରେ ପଡ଼ି ୩ବର୍ଷରେ ୧୧ଗୋରୁ ମୃତ

ଗାତରେ ପଡ଼ି ୩ବର୍ଷରେ ୧୧ଗୋରୁ ମୃତ

ପଟାଙ୍ଗିି: କେବୁଲ ବିଛାଇବା ପାଇଁ ଖୋଳାଯାଇଥିବା ଗାତରେ ପଡି ୩ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ଗ୍ରାମର ୧୧ଟି ଗୋରୁର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୩ବର୍ଷ ତଳେ ଏନଏଡି ପକ୍ଷରୁ କେବୁଲ ବିଛାଇବା ପାଇଁ ୨୬ନମ୍ବର ଜାତୀୟ ରାଜପଥ ତଥା ଗାଁ ରାସ୍ତା ପାର୍ଶ୍ୱରେ ଗାତ ଖୋଳାଯାଇଥିଲା। ତେବେ କାମ ସରିବା ପରେ ଏହି ଗାତ ଗୁଡିକ ପୋତା ଯାଇନଥିବାରୁ ଆଜି ସୁଦ୍ଧା ଗ୍ରାମର ୧୧ଟି ଗୋରୁର ମୃତ୍ୟୁ ଘଟିସାରିଲାଣି। ଏହି ରାସ୍ତା ଦେଇ ପ୍ରତିଦିନ ଗାଁର ଗାଈ ଗୋରୁ ଚରିବାକୁ ଯାଇଥାନ୍ତି। ତେବେ ରାସ୍ତା ପାର୍ଶ୍ୱରେ ଗାତ ରହିଥିବାରୁ ଏହାରି ଭିତରେ ପଡି ଗୋରୁ ଗୁଡିକର ମୃତ୍ୟୁ ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୩ବର୍ଷ ମଧ୍ୟରେ ଗ୍ରାମର ମାଝୀ ଆଦୁ, କାଲପାଡି ନରସିଂହ, ପାଙ୍ଗି ଗୁରୁ, କାଲପାଡିଆ କୁଶ, ଆପାନା ଗେମେଲ, ପାଦଲ କେନ୍ଦୁ, ଗୁଣ୍ଠା ଧନୁର୍ଯ୍ୟୟ, ଗବାନ ପଡାଲ, ପଡାଲ ଗୁରୁ, କାଲପାଡିଆ ରବି ଓ ଖରା ବିଷୁଙ୍କ ୧୧ଟି ଗାଈ ଓ ବଳଦ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତ ୧୧ଟି ଗୋରୁର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀ କହିଛନ୍ତି। ଶୀଘ୍ର ଏହି ଗାତ ଗୁଡିକୁ ପୋତିବା ନିମନ୍ତେ କାର୍ଯ୍ୟ କରିଥିବା ଠିକାଦାର ତଥା ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe