ଜୟପୁରରେ ୧୪୪ ଧାରା ଜାରି ଓ ଫ୍ଲାଗ୍‌ମାର୍ଚ ଆରମ୍ଭ

Advertisment
ଜୟପୁରରେ ୧୪୪ ଧାରା ଜାରି ଓ ଫ୍ଲାଗ୍‌ମାର୍ଚ ଆରମ୍ଭ

ଜୟପୁର: ଗୋଷ୍ଠୀ ସଂଘର୍ଷ ଜନିତ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଶନିବାର ପୂର୍ବାହ୍ନରେ ୧୦ଟା ବେଳେ ଜୟପୁର ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ, ବେଲ୍‌ ରୋଡ୍‌, ଜେଲ୍‌ ରୋଡ୍‌, ଘାସି ସାହି ଓ ଦେବଗୁଡ଼ା ସାହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ଆଇନଶୃଙ୍ଖଳା ସୁଧାରିବା ସକାଶ ସମ୍ପୃକ୍ତ ଅଞ୍ଚଳରେ ୪ ପ୍ଲାଟୁନ୍‌ ବିଏସ୍‌ଏଫ୍‌, ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବା ସହ ଏସ୍‌ପି କେ ଭି ସିଂହ, ଆଇପିଏସ୍‌ ସାଗରିକା ନାଥ, ଏଚ୍‌ କେ ମାଝୀ, ୪ ଜଣ ଆଇଆଇସି ଉପସ୍ଥିତ ଅଛନ୍ତି।

ପୁଲିସ ଫ୍ଲାଗ୍‌ମାର୍ଚ ମଧ୍ୟ ଆରମ୍ଭ କରିଛି।

ଗତକାଲି ହୋଲି ଖେଳ ଓ କେନାଲରେ ଗାଧୁଆ ସମୟରେ ସ୍ଥାନୀୟ ଲେବର କଲୋନି ଛକ ଅନ୍ତର୍ଗତ ଘାସି ସାହି ଓ ଦେବଗୁଡ଼ା ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଯଥାକ୍ରମେ ୫ ଓ ୭ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe