ବୈପାରିଗୁଡା: ଗତ ବର୍ଷ ଲଗାଣ ବର୍ଷାରେ ଭାଙ୍ଗିଗଲା ଦୁଇ ଶ୍ରେଣୀ ଗୃହ। କିନ୍ତୁ ବର୍ଷେ ହେଲା ଏହାର ମରାମତି କରାଯାଇ ପାରିଲା ନାହିଁ। ଫଳରେ ଦୁଇ ଶ୍ରେଣୀ ଗୃହରେ ପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୫୦ରୁ ଊର୍ଧ୍ବ ଛାତ୍ରଛାତ୍ରୀ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଭାଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତ ବର୍ଷ ଲଗାଣ ବର୍ଷାରେ ଏହି ବିଦ୍ୟାଳୟର ଦୁଇ ଶ୍ରେଣୀ ଗୃହ ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ବଳକା ଦୁଇ ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ମୋଟ ୧୫୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଯାହା ଫଳରେ ବହୁ ସମସ୍ୟା ଦେଖା ଦେଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରେଣୀ ଗୃହ ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ସୁଧା କେହି କର୍ଣ୍ଣପାତ କରୁନଥିବା ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୮୦ ଜଣ ଛାତ୍ରଛାତ୍ରୀ ଏବଂ ଅନ୍ୟ ଏକ ଗୃହରେ ଷଷ୍ଠରୁ ଅଷ୍ଟମ ଶ୍ରେମୀ ପର୍ଯ୍ୟନ୍ତ ୭୦ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଶ୍ରେଣୀ ଗୃହର ମରାମତି କରିବା ସହ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ସହ ବିଦ୍ୟାଳୟ ପରିଚାଳନା କମିଟି ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us