ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ ୨ ବୃଦ୍ଧା; ବାଟରେ ଜଣଙ୍କ ମୃତ୍ୟୁ

Advertisment

ବନ୍ଧୁଗାଁ ବ୍ଳକ ବାଉଁଶପୁଟ ଗାଁରୁ ଦୁଇଜଣ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ପାଇଁ ୫ କିମି ଚାଲି ଆସୁଥିବା ବେଳେ ବାଟରେ ଜଣକର ମୃତ୍ୟୁ ହୋଇ ଯାଇଅଛି। ଶୁକ୍ରବାର ସକାଳ ୧୧ ଘଣ୍ଟା ସମୟରେ ନିଜ ଗାଁରୁ ସୋନାଇ ମେଲେକା ଓ ବଡ଼ ଭଉଣୀ  କାନ୍ତା ମେଲେକା ନିଜ ପାଖରେ ଭତ୍ତା କାର୍ଡ ଧରି ବାହାରି ଥିଲେ।

ବନ୍ଧୁଗାଁ ବ୍ଳକ ବାଉଁଶପୁଟ ଗାଁରୁ ଦୁଇଜଣ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ପାଇଁ ୫ କିମି ଚାଲି ଆସୁଥିବା ବେଳେ ବାଟରେ ଜଣକର ମୃତ୍ୟୁ ହୋଇ ଯାଇଅଛି। ଶୁକ୍ରବାର ସକାଳ ୧୧ ଘଣ୍ଟା ସମୟରେ ନିଜ ଗାଁରୁ ସୋନାଇ ମେଲେକା ଓ ବଡ଼ ଭଉଣୀ  କାନ୍ତା ମେଲେକା ନିଜ ପାଖରେ ଭତ୍ତା କାର୍ଡ ଧରି ବାହାରି ଥିଲେ।

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକ ବାଉଁଶପୁଟ ଗାଁରୁ ଦୁଇଜଣ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ପାଇଁ ୫ କିଲୋମିଟର ରାସ୍ତା ଚାଲି ଆସୁଥିବା ବେଳେ ବାଟରେ ଜଣକର ମୃତ୍ୟୁ ହୋଇଯାଇଅଛି। ଶୁକ୍ରବାର ସକାଳ ୧୧ ଘଣ୍ଟା ସମୟରେ ନିଜ ଗାଁରୁ ସୋନାଇ ମେଲେକା (୭୫) ଓ ବଡ଼ ଭଉଣୀ  କାନ୍ତା ମେଲେକା (୮୩ ) ନିଜ ପାଖରେ ଭତ୍ତା କାର୍ଡ ଧରି ବାହାରି ଥିଲେ। କାନ୍ତା ମେଲେକା ଭଲ ଭାବରେ ଦେଖି ପାରନ୍ତି ନାହିଁ। ଅସୁସ୍ଥ ଥିବା ଯୋଗୁଁ ତାଙ୍କର ଚାଲିବା କଷ୍ଟକର ରହିଥିଲା। ଦୁଇ ଭଉଣୀ ଭତ୍ତା ପାଇବା ପାଇଁ ଅନ୍ଧ ଭଉଣୀକୁ ବାଡି ଧରେଇ କଷ୍ଟରେ ବ୍ୟାଙ୍କକୁ ଯିବା ପାଇଁ ବାହାରି ଥିଲେ। ସେଠାରେ ପ୍ରବଳ ଭିଡ଼ ଥିବାରୁ ଟଙ୍କା ନ ଉଠାଇ ଦୁଇ ଭଉଣୀ ପୁନର୍ବାର ଚାଲିଚାଲି ଫେରି ଆସି ଜୟଗୁଡା ଗାଁକୁ ଯାଉଥିଲେ।

publive-image

ଅପରାହ୍ନ ୫ ଘଣ୍ଟା ସମୟରେ ବୃଦ୍ଧା ୨ଜଣ ଗାଁ ଠାକୁରାଣୀ ମନ୍ଦିର ମଣ୍ଡପ ଦେଇ ଯାଉଥିବା ପାଦଚଲା ରାସ୍ତା ନିକଟରେ ବସି ପଡ଼ିଥିଲେ। ପାଖରେ ଭଲିବଲ ଖେଳୁଥିବା ଯୁବକମାନେ ଯାଇ ବୃଦ୍ଧାଙ୍କୁ ଖୋଲା ପଡିଆକୁ ଆଣି ଥିଲେ। ଥଣ୍ଡା କାକରରେ ପୁଣି ଅସୁସ୍ଥତା ପାଇଁ ପଡ଼ି ରହିବାରୁ ବୃଦ୍ଧାଙ୍କ ରାତି ୧୨ ଘଣ୍ଟା ସମୟରେ କାନ୍ତାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ ବୃଦ୍ଧା ଜଣକ ଚଳିତ ମାସର ଭତ୍ତା ଟଙ୍କା ନିଜ ଜମା ଖାତାକୁ ଆସିଥିଲେ ମଧ୍ୟ ଟଙ୍କା ଉଠାଇ ନାହାନ୍ତି। ପ୍ରତି ମାସରେ ଦୁଇ ଜଣ ବୃଦ୍ଧା ସ୍ଥାନୀୟ କିଓସ୍କ ବ୍ୟାଙ୍କକୁ ଯାଇ ଉଠାଇଥାନ୍ତି। ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା  ଅତ୍ୟଧିକ ବୃଦ୍ଧ ବୃଦ୍ଧାଙ୍କୁ ବ୍ୟାଙ୍କରେ ନ ଦେଇ ହାତରେ ନେଇ ଭତ୍ତା ଟଙ୍କା ଦେବା ପାଇଁ ଜିଲ୍ଲାପାଳ ଓ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ଅନୁରୋଧ କରିଥିଲେ ହେଁ କିଏ ମଧ୍ୟ ଗୁରୁତ୍ତ୍ଵ ଦେଇ ନ ଥିଲେ।

ଠାକୁରାଣୀ ମନ୍ଦିର ମଣ୍ଡପ ଦେଇ ଯାଉଥିବା ପାଦଚଲା ରାସ୍ତା ନିକଟରେ ଦୁଇ ବୃଦ୍ଧା ବସି ପଡ଼ିଥିଲେ। ପାଖରେ ଭଲିବଲ ଖେଳୁଥିବା ଯୁବକମାନେ ଯାଇ ବୃଦ୍ଧାଙ୍କୁ ଖୋଲା ପଡିଆକୁ ଆଣି ଥିଲେ। ଥଣ୍ଡା କାକରରେ ପୁଣି ଅସୁସ୍ଥତା ପାଇଁ ପଡ଼ି ରହିବାରୁ ବୃଦ୍ଧାଙ୍କ ରାତି ୧୨ ଘଣ୍ଟା ସମୟରେ କାନ୍ତାଙ୍କ ମୃତ୍ୟୁ ହୋଇଥିଲା।

ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ଲାଗି ରହିଛି ଓ ଗାଁ ଗୁଡିକ ବଡ଼ବଡ ପାହାଡ ଉପରେ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଭତ୍ତା ଆଣିବା ପାଇଁ ଆସିବା ସହ ଫେରି ଯିବା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରି ବୟସ୍କ ଲୋକଙ୍କୁ ନିଜ ଘରେ ନେଇ ଭତ୍ତା ଟଙ୍କା ଦେବା ପାଇଁ ବ୍ଲକ ର ଜନସାଧାରଣ ଅନୁରୋଧ କରିଛନ୍ତି। ଆମ ଗଣମାଧ୍ୟମ ତରଫରୁ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଅସହାୟ ବୃଦ୍ଧାଙ୍କ ଶବ ନେବା ପାଇଁ ମେଡିକାଲରୁ ଆମ୍ବୁଲାନ୍ସ ପଠାଇ ଥିଲେ। ବାଉଁଶପୁଟ ଗାଁରୁ ପୂର୍ବତନ ସରପଞ୍ଚ ନାଗା କାଡ୍ରାକା, ନାର୍ଷାଣା ହାରାକା, ମାଲେୟା ୱାଟାକା, ପୋଲେୟା କାଡ୍ରାକା ଓ ୱାର୍ଡ ମେମ୍ବର ଲିମ୍ବେ ମେଲେକା ଓ ସମ୍ପର୍କୀୟ ଉପସ୍ଥିତ ରହି ଶବ ସତ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe