ଜୟପୁର ରେଳଷ୍ଟେସନରୁ ୩ ନାବାଳିକାଙ୍କୁ ଉଦ୍ଧାର କଲା ଆରପିଏଫ୍

Advertisment
ଜୟପୁର ରେଳଷ୍ଟେସନରୁ ୩ ନାବାଳିକାଙ୍କୁ ଉଦ୍ଧାର କଲା ଆରପିଏଫ୍

ଜୟପୁର: ଆଜି ଅପରାହ୍ନରେ ୩ଟି ନାବାଳିକା ଜୟପୁର ରେଳଷ୍ଟେସନରେ ସଂଦେହଜନକ ଭାବେ ଏଣେ ତେଣେ ଘୁରି ବୁଲୁଥିଲେ। ଏମାନେ ବିଶାଖାପାଟଣା –କିରଣ୍ଡଲ ଏକ୍ସପ୍ରେସ୍ ଟ୍ରେନକୁ ଅପେକ୍ଷା କରି ରହିଥିଲେ। ଆରପିଏଫ୍ (ରେଲୱେ ପ୍ରୋଟେକ୍ସନ୍ ଫୋର୍ସ) ଜୟପୁର ଷ୍ଠେସନ୍ ଇନଚାର୍ଜ ସବଇନିସପେକ୍ଟର ଏ.କେ ମିଶ୍ର ସଦଳବଳ ସହ ଏହି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏମାନଙ୍କୁ ପଚାରାଉଚାରା ବେଳେ ଏହି ତିନି ନାବାଳିକାଙ୍କ ଘର ଜୟପୁର ସହରରେ ବୋଲି କହିଥିଲେ।

ଏମାନେ ଗତ ଦୁଇଦିନ ହେବ ନିଜ ନିଜ ଅଭିଭାବକଙ୍କ ସହ ଝଗଡ଼ା କରି ଦୁଇ ଦିନ ହେବ ଘରୁ ଫେରାର ଥିଲେ। ଏମାନଙ୍କ ପରିଚୟ ମିଳିବା ପରେ ଅଭିଭାବକଙ୍କ ଫୋନ ନମ୍ବରରେ ପୁଲିସ ଯୋଗାଯୋଗ କରି ଜଣାଇଥିଲେ। ସେମାନଙ୍କ ଅଭିଭାବକମାନେ ଜୟପୁର ରେଳଷ୍ଟେସନସ୍ଥିତ ଆରପିଏଫ୍ କାର୍ଯ୍ୟାଳୟକୁ ଆସି ସେମାନଙ୍କ ଝିଅ ବୋଲି ପରିଚୟପତ୍ର ଦେଖାଇବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସବଇନିସପେକ୍ଟର ଶ୍ରୀ ମିଶ୍ର। ଆରପିଏଫର ଏହି କାମ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe