ବିଷାକ୍ତ ଖାଦ୍ୟ ଖାଇ କସ୍ତୁରବା ଗାନ୍ଧୀ ଛାତ୍ରୀବାସର ୫୦ ଛାତ୍ରୀ ଅସୁସ୍ଥ!

Advertisment
ବିଷାକ୍ତ ଖାଦ୍ୟ ଖାଇ କସ୍ତୁରବା ଗାନ୍ଧୀ ଛାତ୍ରୀବାସର ୫୦ ଛାତ୍ରୀ ଅସୁସ୍ଥ!

ଲମତାପୁଟ: ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଗତକାଲି ରାତି ୯ଟାରେ ଖାଦ୍ୟ ଖାଇ ଅଚାନକ ପ୍ରାୟ ୫୦ ଛାତ୍ରୀ ଝାଡ଼ାବାନ୍ତି ପେଟ ବଥାରେ ଆକ୍ରାନ୍ତ ହୋଇଥିଲେ।

ଖବର ପାଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୫ ଜଣିଆ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରି ସମସ୍ତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଥିଲେ। ପିଲାଙ୍କ ଖାଦ୍ୟରେ କିଛି ଅଘଟଣ ହୋଇଥିବାରୁ ଫୁଡ ପଏଜିନିଂ ଦ୍ଵାରା ଏଭଳି ଘଟଣା ଘଟିଥିବା ନେଇ ସନ୍ଦେହ କରୁଛନ୍ତି ଡାକ୍ତର। ଆଜି କୋରାପୁଟରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀବାସକୁ ଯାଇ ନମୁନା ସଂଗ୍ରହ କରିବା ପରେ ପ୍ରକୃତ ଘଟଣା କଣ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେମାନଙ୍କୁ ଛାତ୍ରୀବାସକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe