କୋରାପୁଟ ଜିଲ୍ଲାରୁ ପୁଣି ୭୬୯ କିଲୋଗ୍ରାମ ଗଞ୍ଜେଇ ଜବତ: ୩ ଗିରଫ

Advertisment
କୋରାପୁଟ ଜିଲ୍ଲାରୁ ପୁଣି ୭୬୯ କିଲୋଗ୍ରାମ ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାରେ ଦୁଇଟି ପୃଥକ ଘଟଣାରେ ମୋଟ ୭୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। ନନ୍ଦପୁର ସବ୍ ଡିଭିଜନ୍ ଅନ୍ତର୍ଗତ ମାଛକୁଣ୍ଡ ବାଙ୍ଗୁରିପଡ଼ା ଛକରେ ପୁଲିସ ପାଟ୍ରୋଲିଂ ବେଳେ ପ୍ରାୟ ଏହି ଗଞ୍ଜେଇ ଜବତ ହୋଇଛି। ନନ୍ଦପୁର ଛକରେ ଟ୍ରକ୍ ସହ ୫୧୮ କେଜି ଗଞ୍ଜେଇ ଜବତ କରାଯାଥଇବା ବେଳେ ଏଠାରୁ ୨ଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ଦୁଇ ଅଭିଯୁକ୍ତ ହେଲେ ପ୍ରେମପାଲ ସିଂହ ଓ ଦେବେନ୍ଦ୍ର ସିଂହ। ଏଣେ ଲମତାପୁଟ ପୁଲିସ ବଙ୍ଗୁରପଡା ଛକରୁ ଏକ ଆଇଚର ଗାଡ଼ିରୁ ୨୫୧ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଧନେଶ ସିସା ନାମକ ଜଣେ ବ୍ୟକ୍ତି ଧରାପଡ଼ିଥିଲେ।

publive-image
ଏଣେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ଆଜି ୫୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ ବୈପାରିଗୁଡ଼ା ପୁଲିସ ଆଜି ପେଟ୍ରୋଲିଂ କରୁଥିବା ବେଳେ କୁନ୍ଦୁରା ରାସ୍ତାର ବାସିନିଗୁଡ଼ା ନିକଟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ କୁନ୍ଦୁରା ଆଡ଼କୁ ଯାଉଥିଲା। ସନ୍ଦେହ କରି ସେହି କାରଟିକୁ ଅଟକେଇବା ବେଳେ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ପୁଲିସ ଏସ୍ଆଇ ସୂର୍ଯ୍ୟ ନାରାୟଣ ପାଢ଼ୀ କାର୍ (ଏମ୍ଏଚ୍ ୪୩ ଆର୍ ୧୩୫୮)କୁ ଯାଞ୍ଚ କରିବାରୁ ସେହି କାରରେ ଗଞ୍ଜେଇ ଥିବା ଜାଣିପାରି କାରଟିକୁ ଜବତ କରିଥିଲେ। ଶ୍ରୀ ପାଢ଼ୀ ଏହି ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe