୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୫ କଲେଜ ଛାତ୍ରଙ୍କ ସମେତ ୮ ଗିରଫ

୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୫ କଲେଜ ଛାତ୍ରଙ୍କ ସମେତ ୮ ଗିରଫ

କୋରାପୁଟ: ନନ୍ଦପୁର ପୁଲିସ ୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ସଦାନନ୍ଦ ଗୁଣ୍ଠଙ୍କ ନେତୃତ୍ୱରେ ପାଞ୍ଚ ଜଣ କଲେଜ ଛାତ୍ର ଭୀଷ୍ମ ଗୁଣ୍ଠ, ଯୋଗେଶ ଖାଡା, ଡମ୍ବରୁଧର ଖାଡା ଓ ଦାମୋଦର ଗୁଣ୍ଠ ୩୫ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଲକ୍ଷ୍ମୀଧର ଖିଲାଙ୍କ ଠାରୁ  ଚମ୍ପାରନ(ବିହାର)ର ରାହୁଲ କୁମାର ଏବଂ ସଦାମ ହୁସେନଙ୍କୁ ଗଞ୍ଜେଇ ନେବା ପାଇଁ ଦାମନଯୋଡ଼ି ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ। ଲକ୍ଷ୍ମୀଧର ଖିଲା ଏକ କାରରେ ଗଞ୍ଜେଇ ନେଉଥିଲେ।

publive-image

ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା ଏବଂ ଘଟଣାସ୍ଥଳରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଚୋରାଚାଲାଣରେ ବ୍ୟବହୃତ କାର ବି ଜବତ ହୋଇଛି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲା ଲାକ୍ରା ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe